Pratidin TV

Odisha's Digital News Platform

ନିଜ ଘର ପରି ଦୁଇ ରାଜ୍ୟକୁ ସୁରକ୍ଷା ଦେଉଛନ୍ତି ୨ ଭାଇ ।

1 min read

ନିଜ ଘର ଭାବି ଦୁଇ ଅଲଗା ଅଲଗା ରାଜ୍ୟକୁ ସୁରକ୍ଷା ଦେଉଛନ୍ତି ଦୁଇ ଭାଇ । ଆମେ ଅନେକ ସ୍ୱପ୍ନ ଦେଖିଥାନ୍ତି କିନ୍ତୁ ସେଇ ସ୍ୱପ୍ନ ସହ ବଞ୍ଚି ତାକୁ ପୂରଣ କରିବା ସଭିଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରିନଥାଏ । କିନ୍ତୁ ନିଜ ସ୍ୱପ୍ନକୁ ପୂରଣ କରି ଦୁଇ ଭାଇ ଏବେ ଦୁଇ ରାଜ୍ୟର ରକ୍ଷାକବଚ ପାଲଟିଛନ୍ତି ।

ଏଭଳି ୨ ସୌଭାଗ୍ୟ ଅର୍ଜନ କରିଥିବା ଦୁଇ ଭାଇ ହେଉଛନ୍ତି ଆଇପିଏସ ଅଧିକାରୀ ବିକାଶ ସହାୟ ଏବଂ ବିବେକ ସହାୟ। ବିକାଶ ସହାୟ ଗୁଜରାଟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ସରକାର ବିବେକ ସହାୟଙ୍କୁ ରାଜ୍ୟ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି।

Advertisement

କେବଳ ଯେ, ବିକାଶ ସହାୟ ଏବଂ ବିବେକ ସହାୟ ନୁହଁନ୍ତି ସେମାନଙ୍କ ବଡ଼ ଭାଇ ମଧ୍ୟ ଉଚ୍ଚ ପଦରେ ଅଛନ୍ତି। ଏହି ତିନି ଭାଇ ଏକାଠି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଭାଇ ଆଇପିଏସ ଏବଂ ଅନ୍ୟ ଜଣେ ଭାଇ ରେଭେନ୍ୟୁ ଇନିସ୍ପେକ୍ଟର।

ସବୁଠୁ ବଡ଼ କଥା ହେଉଛି ଯେଉଁ ଦୁଇ ଭାଇ ଆଇପିଏସ ଚାକିରି ପାଇଥିଲେ, ସେମାନେ ଏବେ ଡିଜିପି ପଦରେ । ଭାରତୀୟ ରାଜସ୍ୱ ବିଭାଗ (ଇଣ୍ଡିଆନ ରେଭେନ୍ୟୁ ଇନିସ୍ପେକ୍ଟର)ରେ ନିଯୁକ୍ତି ପାଇଥିବା ବିକ୍ରମ ସହାୟ ତିନି ଭାଇଙ୍କ ମଧ୍ୟରେ ସବୁଠୁ ବଡ଼। ସେ ବର୍ତ୍ତମାନ ଦିଲ୍ଲୀର ଆୟକର ବିଭାଗରେ କାର୍ଯ୍ୟରତ। ମଝିଆ ଭାଇ ବିକାଶ ସହାୟ ୧୯୮୯ ବ୍ୟାଚ୍ ଏବଂ ବିବେକ ସହାୟ ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀ।

“ଆମେ ତିନିଜଣ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହୋଇଥିଲୁ ଏବଂ ଯେତେବେଳେ ଆମେ ଦୁଇଜଣ ଭାରତୀୟ ପୋଲିସ ସେବା (ଆଇପିଏସ୍) ରେ ପ୍ରବେଶ କରିଥିଲୁ, ଜଣେ ଭାରତୀୟ ରାଜସ୍ୱ ସେବାରେ ପ୍ରବେଶ କରିଥିଲେ। ପ୍ରାୟ ଏକ ବର୍ଷ ପୂର୍ବେ ଆମେ ଶେଷ ଥର ପାଇଁ ସାକ୍ଷାତ କରିଥିଲୁ ବୋଲି ବିକାଶ ସାହା କହିଛନ୍ତି।

ଗୁଜୁରାଟର ଡିଜିପି ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ଭାଇ ବିବେକ ସାହାଙ୍କୁ ଭେଟନ୍ତି, ସେମାନେ ସାଧାରଣତ ପୋଲିସ୍ ସହ ଜଡିତ ବିଷୟ ଉପରେ ଆଲୋଚନା କରନ୍ତି। ପଶ୍ଚିମବଙ୍ଗ ସରକାର ସୋମବାର ବିବେକ ସାହାଙ୍କୁ ନୂତନ ଡିଜିପି ଭାବରେ ନିଯୁକ୍ତ କରିଛନ୍ତି, ଡିଜିପି ରାଜୀବ କୁମାରଙ୍କ ବଦଳରେ ଇସି ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ପରେ।

Leave a Reply

Your email address will not be published. Required fields are marked *