Pratidin TV

Odisha's Digital News Platform

ବିଜୟଙ୍କ ଗାଡି ଭାଙ୍ଗିଦେଲେ ପ୍ରଶଂସକ , ସୋଶିଆଲ ମିଡିଆରେ ଭାଇରଲ ହେଲା ଭିଡିଓ ..

1 min read

ବିଜୟ ଥଲାପତି କେବଳ ନାଁ ହିଁ ଯଥେଷ୍ଟ । ସାଉଥର ସୁପରଷ୍ଟାର କେବଳ ସାଉଥ ନୁହେଁ ସାରା ଭାରତବର୍ଷରେ ସେ ଜଣେ ଚର୍ଚ୍ଚିତ ଚେହେରା । ଚାରି ଆଡେ ରହିଛନ୍ତି ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ । ତାଙ୍କର ଟିକିଏ ଝଲକ ପାଇବା ପାଇଁ ପାଗଳ ହୋଇଯାନ୍ତି ପ୍ରଶଂସକ । ସିଏ ଯେଉଁଠିକୁ ଯାନ୍ତି ସେଇଠି ହୋଇଥାଏ ଅସମ୍ଭାଳ ଭିଡ଼ । ତେବେ ତାଙ୍କର ସେହି ପ୍ରଶଂସକ ମାନେ ତାଙ୍କର ଗାଡି କାଚ ଭାଙ୍ଗି ଚୁରମାର କରିଦେଇଛନ୍ତି । ତେବେ ସୂଚନାନୁଯାୟୀ ନିକଟରେ ଅଭିନେତା ତାଙ୍କ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ କେରଳରେ ପହଞ୍ଚିଛନ୍ତି । ସେଠାରେ ତାଙ୍କର ପ୍ରଶଂସକମାନେ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ ।

ବିମାନ ବନ୍ଦରରେ ଅଭିନେତା ଙ୍କୁ ଦେଖିବାକୁ ଲୋକମାନଙ୍କର ଅସମ୍ଭାଳ ଭିଡ଼ ଦେଖିବକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଯେତେବେଳେ ଅଭିନେତା ହୋଟେଲକୁ ଯିବା ପାଇଁ କାରରୁ ବାହାରିଥିଲେ ସେତେବେଳେ ତାଙ୍କ ପଛେ ପଛେ ପ୍ରଶଂସକଙ୍କ ଭିଡ଼ ଲାଗିଥିଲା ଏବଂ ଏହି ସମୟରେ ତାଙ୍କ କାର୍ ଭାଙ୍ଗି ଯାଇଥିଲା ।

ର୍କାର କାଚ ଭାଙ୍ଗି ଚୁନା ହୋଇଯାଇଛି । ତେବେ ବର୍ତ୍ତମାନ ଅଭିନେତାଙ୍କ ଭଙ୍ଗା କାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରଲ ହେଉଥିବା ଭିଡିଓରେ ଅଭିନେତା କାରର ଡାହଣ ପଟ କବାଟ ସମ୍ପୂଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏଥିସହ କାରର କାଚ ଭାଙ୍ଗି ଭିତରେ ପଡିଥିବା ମଧ୍ୟ ଦେଖାଯାଇଛି । ତେବ ଅଭିନେତା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ସେନିଜ କାମ ପାଇଁ ଚାଲିଯାଇଛନ୍ତି ।

ସୂଚନାଥାଉକି ବିଜୟ ୨୦୧୧ରେ କେରଳର କାୱାଲାନ ଫିଲ୍ମର ସୁଟିଂ କରିଥିଲେ । ତେବେ ଦୀର୍ଘ ୧୪ ବର୍ଷ ପରେ ଥଲାପତି କେରଳର ସୁଟିଂ ପାଇଁ ପହଞ୍ଚିଛନ୍ତି । ସେ ତାଙ୍କ ଫିଲ୍ମ ‘ଏଙଇଞ’ ର ସୁଟିଂ ଏଠାରେ କରିବା ପାଇଁ ଆସିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *