Pratidin TV

Odisha's Digital News Platform

ମେଣ୍ଟକୁ ନେଇ ପାଣ୍ଡିଆନ ଦେଲେ ବଡ଼ ବୟାନ , ନିର୍ବାଚନ ବିଜୟ ଲାଗି ବିଜେପି –ବିଜେଡି ମେଣ୍ଟ ଆବଶ୍ୟକ ନାହିଁ …

1 min read

ବାଜି ସାରିଛି ନିର୍ବାଚନି ବିଗୁଲ । ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ ଥମୁନି ବିଜେପି ବିଜେଡି ମଣ୍ଟ ଚର୍ଚ୍ଚା । ଆଉ ଏହାରି ଭିତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମେଣ୍ଟକୁ ନେଇ ଦେଇଛନ୍ତି ବଡ ବୟାନ । ଯାହା ଘଟଣାର ନୂଆ ମୋଡ ନେଇଛି । ବିଜୟ ଲାଗି ନବୀନ ଓ ମୋଦୀଙ୍କୁ ମେଣ୍ଟର ଆବଶ୍ୟକ ନାହିଁ । ସେ କହିଛନ୍ତି ଦେଶର ଦୁଇ ମହାନ ନେତା ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହୋଇପାରନ୍ତି । ଯାହାକି ରାଷ୍ଟ୍ରନାୟକତ୍ୱର ପରିପ୍ରକାଶ । ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଟସମ୍ୟାନ ବୋଲି କହିଛନ୍ତି ପାଣ୍ଡିଆନ୍ । ନିର୍ବାଚନ ଜିତିବାକୁ ନବୀନ ପଟ୍ଟନାୟକଙ୍କୁ ବିଜେପିର ସହଯୋଗ ଆବଶ୍ୟକ ନାହିଁ । କିମ୍ବା ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ବିଜେଡିର ଆବଶ୍ୟକତା ପଡିବ ନାହିଁ ।

ତେବେ ଏହି ଦୁଇ ମହାନ ନେତା(ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ) ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଁଛନ୍ତି । ଦୁଇ ମହାନ ବ୍ୟକ୍ତିଙ୍କର ରାଷ୍ଟ୍ରନୀତି ଦୃଷ୍ଟିରୁ ଗୁରୁତ୍ୱ ରହିଛି । ଏହା ସହ ରାଜନୀତିର କୌଣସି ଦେଣନେଣ ନାହିଁ । ଏହାର ଭୋଟ୍ ଉଦ୍ଦେଶ୍ୟ ଉଭୟ ବିଜେଡି କିମ୍ବା ବିଜେପି ପାଇଁ ମଧ୍ୟ ନାହିଁ । ତେବେ ଏହି ଦୁଇ ଏହି ଦୁଇ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି । ସେମାନେ ରାଜନୀତି ଠାରୁ ଉର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରର ଉନ୍ନତି ପାଇଁ ଚିନ୍ତା କରୁଛନ୍ତି । ଯାହାକି ବିରଳ ରାଷ୍ଟ୍ରନୀତି । ସେ ନବୀନ ପଟ୍ଟନାୟକଙ୍କୁ ନିଜର ଗୁରୁ ବୋଲି ଅଭିହିତ କରିବା ସହ ତାଙ୍କର ଅନୁଗାମୀ ଭାବେ ତାଙ୍କୁ ସହାୟତା କରିବା ପାଇଁ ରାଜନୀତିରେ ସାମିଲ ହୋଇଥିବା କହିଛନ୍ତି ।

Advertisement


ସେ କହିଛନ୍ତି ରାଜ୍ୟରେ ବିଜେଡିକୁ ନିର୍ବାଚନୀ ଗଣିତ ପାଇଁ ବିଜେପିର ଆବଶ୍ୟକତା ନାହିଁ । ସେହିପରି କେନ୍ଦ୍ରରେ ମଧ୍ୟ ସରକାର ଗଢ଼ିବା ପାଇଁ ବିଜେପିକୁ ବିଜେଡିର ଦରକାର ନାହିଁ । ନବୀନ ପଟ୍ଟନାୟକଙ୍କୁ ପୁଣିଥରେ କ୍ଷମତାକୁ ଫେରିବା ଓ ଲୋକଙ୍କ ସେବା କରିବା ପାଇଁ ମେଂଟର ଆବଶ୍ୟକତା ନାହିଁ । କାରଣ ବିଜେଡି କ୍ରମାଗତ ଭାବେ ରାଜ୍ୟରେ ତିନିଚତୁର୍ଥାଂଶ ଆସନ ଜିତିବାରେ ସକ୍ଷମ ହେଉଛି । ଗତ ପଂଚାୟତ ନିର୍ବାଚନରେ ୯୦ ପ୍ରତିଶତ ଆସନ ବିଜେଡିକୁ ମିଳିଥିଲା । ବିଜେପିକୁ ମାତ୍ର ୫ ପ୍ରତିଶତ ମିଳିଥିଲା । ନବୀନ ପଟ୍ଟନାୟକ ହେଉଛନ୍ତି ଲୋକପ୍ରିୟ ନେତା । ରାଜ୍ୟରେ ସରକାର ଗଢ଼ିବା ପାଇଁ ବିଜେଡିକୁ କାହା ସହ ମେଂଟ କରିବାର ଆବଶ୍ୟକତା ନାହିଁ । ସେହିପରି କେନ୍ଦ୍ରରେ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ । କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବା ପାଇଁ ବିଜେଡିର ସହାୟତା ଦରକାର ପଡ଼ିବ ନାହିଁ । ତେଣୁ ନିର୍ବାଚନୀ ଗଣିତ ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଂଟର ଆବଶ୍ୟକତା ନାହିଁ । ତେବେ ମେଂଟକୁ ନେଇ ଯାହା ହେବ ତାହା ସମସ୍ତେ ଜାଣିବା ବୋଲି କହି ମେଂଟ ସସପେନ୍ସକୁ ପାଣ୍ଡିଆନ ଜାରି ରଖିବାକୁ ପ୍ରୟାସ କରିଛନ୍ତି ।

Leave a Reply

Your email address will not be published. Required fields are marked *