Pratidin TV

Odisha's Digital News Platform

ସୁପ୍ରିମକୋର୍ଟରୁ ଆସିଲା ଯୋଗଗୁରୁଙ୍କୁ ଡାକରା , ୨ ସପ୍ତାହରେ ହାଜର ହେବାକୁ ନିର୍ଦ୍ଦେଶ..

1 min read

ସୁପ୍ରିମକୋର୍ଟରୁ ଆସିଲା ଯୋଗଗୁରୁଙ୍କୁ ଡାକରା । ପତଞ୍ଜଳି ଆର‌୍ୟୁବାଦରେ ବିଭ୍ରାନ୍ତକର ବିଜ୍ଞାପନ ମାମଲାରେ ସୁପକୋର୍ଟ ବାବା ରାମଦେବଙ୍କୁ କୋର୍ଟ ଅବମାନନା ନୋଟିସ୍ ଜାରୀ କରିଛି । ୨ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେ ନୁହନ୍ତି ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ ପଠାଇଛନ୍ତି । ଉଭୟଙ୍କ ବିରୋଧରେ କୋର୍ଟ ଅବମାନନା ନୋଟିସ୍ ଜାରୀ କରି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ସୁପ୍ରିମକୋର୍ଟ । ଏହାସହ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କାହିଁକି ଆରମ୍ଭ ହେବ ନାହିଁ ବୋଲି କୋର୍ଟ ରାମଦେବ ବାବାଙ୍କୁ ପ୍ରଶ୍ନ କରିଛି ।

କୋର୍ଟରେ ଶୁଣାଣି ସମୟରେ ରାମଦେବଙ୍କ ଓକିଲ ମୁକୁଲ ରୋହତଗୀଙ୍କୁ ଏପର୍ଯ୍ୟନ୍ତ କାହିଁକି ଉତ୍ତର ଦାଖଲ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ଏହା ସହ ବର୍ତ୍ତମାନ ଆପଣଙ୍କ ମହକିଲଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯିବ । ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ । ବର୍ତ୍ତମାନ ମାମଲାର ଶୁଣାଣି ସ୍ଥଗିତ ହେବ ନାହିଁ ବୋଲି କୋର୍ଟ କଡା ଆଭିମୁଖ୍ୟତାର ସହ ସ୍ପଷ୍ଟ ଭାବେ କହିଛନ୍ତି । ପ୍ରକୃତରେ ପତଞ୍ଜଳି ଆର‌୍ୟୁବେଦ କୋର୍ଟକୁ ଏକ ଅଣ୍ଡରଟେକିଂ ଲେଖିକି ଦେଇଥିଲା । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେ ବିଜ୍ଞାପନ ପ୍ରକାଶିତ କରିଥିଲା । ଏଭଳି ପରିସ୍ଥିତିରେ ଜଷ୍ଟିସ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଉଲ୍ଲାଙ୍କ ବେଞ୍ଚ ଅସନ୍ତୋଷ ବ୍ୟକ୍ତ କରି ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କଠାରୁ ଜବାବା ମାଗିଥିଲେ । କିନ୍ତୁ ଯେତେବେଳେ କୌଣସି ଉତ୍ତର ମିଳିନଥିଲା, ସେତେବେଳେ କୋର୍ଟ ଉଭୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଉଭୟଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *