Pratidin TV

Odisha's Digital News Platform

କାହାର ହେବ କେନ୍ଦ୍ରାପଡା ? କିଏ ହେବ ଅନୁଭବଙ୍କ ବିକଳ୍ପ ?

1 min read

କାହାର ହେବ କେନ୍ଦ୍ରାପଡା ? କିଏ ହାତେଇବ ଟିକେଟ ? ୨୦୨୪ରେ କେନ୍ଦ୍ରାପଡ଼ା MP ସିଟରେ ପୁଣି ହେବ କି ବିଗ୍ ଫାଇଟ । ମୈଦାନକୁ ଓହ୍ଲାଇବେ କି ନୂଆମୁଁହ ।ବାଜିମାତ୍ ନେଇ ୩ ଦଳର ଦମ୍ଭୋକ୍ତି । ୨୦୨୪ରେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ପୁଣିଥରେ ହେବ କି ଜୋରଦାର ଫାଇଟ? ପ୍ରାର୍ଥୀ ରିପିଟ୍ କରିବେ କି ପ୍ରମୁଖ ଦଳ? ହେଲେ ଯାହା ଚର୍ଚ୍ଚା ହେଉଛି ପ୍ରାର୍ଥୀ ପରିବର୍ତ୍ତନର ଆଭାସ ମିଳୁଛି । ତେଣୁ କାହାକୁ ମିଳିବ କେନ୍ଦ୍ରାପଡ଼ା ଟିକେଟ ସେନେଇ ଆରମ୍ଭ ହୋଇଛି ଆକଳନ ।କେନ୍ଦ୍ରାପଡା । ୨୦୧୯ରେ ଲୋକସଭା ନିର୍ବାଚନରେ ସେଠାରେ ହୋଇଥିଲା ହାଇଭୋଲଟେଜ ଲଢେଇ । କେବଳ ରାଜ୍ୟ କାହିଁକି ସାରା ଦେଶର ନଜର ଥିଲା କେନ୍ଦ୍ରାପଡା ଉପରେ । ସେଠାରେ ଶାସକ ବିଜେଡି ପାଇଁ କେନ୍ଦ୍ରାପଡା ଏମପି ଆସନ ଜିତିବା ଥିଲା ସମ୍ମାନର ପ୍ରଶ୍ନ । କାରଣ ସେଠାରେ ବିଜେପି ଟିକେଟରୁ ଲଢିଥିଲେ ବିଜେଡିରୁ ବିଦା ହୋଇଥିବା ନେତା ବୈଜୟନ୍ତ ପଣ୍ଡା ।

୨୦୧୪ ନିର୍ବାଚନରେ ବୈଜୟନ୍ତ ବିଜେଡି ଟିକେଟରେ ଜିତିଥିଲେ । ହେଲେ ୧୯ର ସ୍ଥିତି ଥିଲା ସଂପୂର୍ଣ୍ଣ ଅଲଗା । ତେଣୁ ବୈଜୟନ୍ତଙ୍କୁ ହରାଇବା ପାଇଁ ବଳ ଲଗାଇଥିଲା ବିଜେଡି । ଆଉ ତାଙ୍କ ବିପକ୍ଷରେ ଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଫାଇଟ ହୋଇଥିଲା ଜୋରଦାର । ଆଉ ଶେଷରେ ବାଜି ମାରିଥିଲେ ଅନୁଭବ । ଅନୁଭବ ମହାନ୍ତି ୬ ଲକ୍ଷ ୨୮ ହଜାର ୯୩୯ ଭୋଟ ପାଇଥିବା ବେଳେ ବୈଜୟନ୍ତ ପଣ୍ଡା ପାଇଥିଲେ ୪ ଲକ୍ଷ ୪୭ ହଜାର ୪୫୬ ଭୋଟ ।ଆଉ ତୃତୀୟ ସ୍ଥାନରେ ରହି କଂଗ୍ରେସର ଧରଣୀଧର ନାୟକ ପାଇଥିଲେ ୧ ଲକ୍ଷ ୧୩ ହଜାର ୮୪୧ ଭୋଟ । ହେଲେ ୨୦୨୪ରେ କେନ୍ଦ୍ରାପଡାରେ କାହା କାହା ମଧ୍ୟରେ ହେବ ଫାଇଟ ? । ପ୍ରାର୍ଥୀ ରିପିଟ କରିବେ କି ପ୍ରମୁଖ ଦଳ ? ନା କେନ୍ଦ୍ରାପଡା ମଇଦାନକୁ ଓହ୍ଲାଇବେ ନୂଆ ପ୍ରାର୍ଥୀ ? କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତି ଏବେ ପାରିବାରିକ ମାମଲାରେ ଛନ୍ଦି ହୋଇଛନ୍ତି । ତେଣୁ ଚର୍ଚ୍ଚା ହେଉଛି ଯେ ଅନୁଭବ ବିଜେଡି ପ୍ରାର୍ଥୀ ହେବା ସଂଭାବନା କମ୍ । ତେଣୁ ଚଳିତ ବର୍ଷ କିଏ ଟିକେଟ ପାଇ ନିର୍ବାଚନକୁ ଓହ୍ଲାଇବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *