Pratidin TV

Odisha's Digital News Platform

କିଏ ଭାଙ୍ଗିଲା ସୂର୍ଯ୍ୟକୁମାରଙ୍କ ହୃଦୟ , ଇନଷ୍ଟାଗ୍ରାମ୍ ରଖିଲେ ଷ୍ଟୋରୀ ..

1 min read

ଆରମ୍ଭ ହେବାକୁ ଯାଉଛି ଭାରତର ଲୋକପ୍ରିୟ ଟୁର୍ନାମେଣ୍ଟ । ୨୦୨୪ ମାର୍ଚ୍ଚ ୨୨ରେ ଆରମ୍ଭ ହେବ । ଏନେଇ ଆଇପିଏଲ ଖେଳିବାକୁ ପ୍ରସ୍ତୁତ ହେଉଥିବା ୧୦ଟି ଦଳ ନିଜ ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି । ତେବେ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ସବୁଠି ଚର୍ଚ୍ଚା । ସେ ତାଙ୍କ ଇନଷ୍ଟଗ୍ରାମ୍ ଆକାଉଣ୍ଟରେ ‘ହାର୍ଟ ବ୍ରେକିଙ୍ଗ୍‌’ ଇମୋଜି ସେୟାର କରିଛନ୍ତି । ସୂର୍ଯ୍ୟକୁମାରଙ୍କ ଫଟୋ ଦେଖିବା ପରେ ସମସ୍ତକ ମନରେ ଗୋଟିଏ ପ୍ରଶ୍ନ କାହିଁକି ଭାଙ୍ଗିଲା ସୂର୍ଯ୍ୟକୁମାର ହୃଦୟ । ଏହା ପୂର୍ବରୁ ମଧ୍ୟ ସୂର୍ଯ୍ୟକୁମାର ଏଭଳି ଇମୋଜି ସେୟାର କରିଥିଲେ ।

ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଥିଲେ । ସେତେବେଳେ ସୂର୍ଯ୍ୟକୁମାର ଏବଂ ଜସପ୍ରୀତ୍ ବୁମ୍ରାଙ୍କର ନକାରାତ୍ମକ ପ୍ରତିକ୍ରିୟା ସମସ୍ତଙ୍କୁ ଚକିତ କରିଥିଲା । ଏଥିରୁ ଜଣାପଡ଼ିଥିଲା ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲି ନାହିଁ । ତେବେ ପରବର୍ତ୍ତୀ ସମୟରେ ସ୍ଥିତି ସ୍ୱାଭାବିକ ହୋଇଥିଲା । କିନ୍ତୁ ଏବେ ପୁଣି ସୂର୍ଯ୍ୟକୁମାର ଯାଦବ ‘ହାର୍ଟ ବ୍ରେକିଙ୍ଗ୍‌’ ଷ୍ଟୋରୀ ଖବରରେ ରହିଛି । କିନ୍ତୁ ଏବେ ଷ୍ଟୋରୀ ରୋହିତ ଏବଂ ପାଣ୍ଡ୍ୟାଙ୍କୁ ନେଇ ନୁହେଁ । ଏହା କ’ଣ ସେନେଇ ନାନା କଳ୍ପନା ଜଳ୍ପନା କରାଯାଉଛି ।

Advertisement

ସୂର୍ଯ୍ୟକୁମାର ଏବେ ଗୋଡ ସମସ୍ୟାରେ ପୀଡ଼ିତ । ବେଙ୍ଗାଲୁରୁ ସ୍ଥିତ ଏନସିଏସରେ ଚିକିତ୍ସା କରାଉଛନ୍ତି । ତାଙ୍କର ଫିଟିନେସ ଟେଷ୍ଟ୍ ହେବାର ଥିଲା , ସେ ଏଥିରେ ସଫଳ ହୋଇଛନ୍ତି କି ନାହିଁ ସେ ନେଇ ଏବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ହୁଏତ ସୂର୍ଯ୍ୟକୁମାର ଟେଷ୍ଟ୍ ରେ ସଫଳ ନ ହୋଇଥିବାରୁ ଏଭଳି ଇମୋଜି ଦେଇଥାଇ ପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ସୂର୍ଯ୍ୟକୁମାରଙ୍କ ‘ହାର୍ଟ ବ୍ରେକିଙ୍ଗ୍‌’ ଇନଷ୍ଟାଗ୍ରାମ୍ ଷ୍ଟୋରୀର ରହସ୍ୟ କ’ଣ ସେନେଇ ସୋସିଆଲ ମିଡ଼ିଆରେ ଆଲୋଚନା ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *