Pratidin TV

Odisha's Digital News Platform

ଥାଇଲ୍ୟାଣ୍ଡରୁ ଭାରତକୁ ଫେରିଲା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ

1 min read

ଭାରତକୁ ଫେରିଲେ ଭଗବାନଙ୍କ ବୁଦ୍ଧଙ୍କ ଅବଶେଷ | ଭବ୍ୟ ସମ୍ମାନ ସହ ଭାରତକୁ ଅଣାଯାଇଥିଲା | ଥାଇଲାଣ୍ଡରୁ ଭାରତ ଫେରିଲା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଜକୀୟ ସମ୍ମାନ ସହ ଅବଶେଷକୁ ଭାରତ ଅଣାଯାଇଛି। ଫେରିବା ସମୟରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ଉପସ୍ଥିତ ଥିଲେ। ଭଗବାନ ବୁଦ୍ଧ ଓ ତାଙ୍କର ଦୁଇ ଶିଷ୍ୟ ଅରହତ ସାରିପୁତ୍ର ଏବଂ ଅରହତ ମୋଦଗଲାୟନଙ୍କ ଅବଶେଷକୁ ଦିଲ୍ଲୀ ପାଲମ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି |

ପୂର୍ବରୁ ବ୍ୟାଙ୍ଗକକ୍ ର ସନମ ଲୁଆଙ୍ଗ ମଣ୍ଡପରେ ଅବଶେଷର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ଭାରତ ପଠାଯାଇଥିଲା। ବୁଦ୍ଧଙ୍କ ଅବଶେଷ ଭାରତ ଫେରିବା ଅବସରରେ ଶତାଧିକ ବୌଦ୍ଧ ଭିକ୍ଷୁ ଏବଂ ପୂଜକ ବିଶେଷ ପୂଜା ଏବଂ ପ୍ରାର୍ଥନା କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ଭଗବାନ ବୁଦ୍ଧ, ତାଙ୍କ ଶିଷ୍ୟ ଅରତ ସରିପୁତ୍ର ଏବଂ ରହତ ମୋଦଗଲାୟନଙ୍କ ପବିତ୍ର ସ୍ମୃତି ସ୍ଥାନ ଏକାଠି ପ୍ରଦର୍ଶିତ କରାଯାଉଛି । ଭାରତରେ ଭଗବାନ ବୁଦ୍ଧ ଏବଂ ତାଙ୍କର ଦୁଇ ଶିଷ୍ୟଙ୍କ ଚାରୋଟି ପବିତ୍ର ପିପ୍ରାହୱା ସ୍ମୃତି ସ୍ଥାନ ସଂରକ୍ଷିତ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *