Pratidin TV

Odisha's Digital News Platform

ଘରେ ହଠାତ ଫାଟିଲା ଇ-ସ୍କୁଟର ବ୍ୟାଟେରୀ….ହୁତୁ ହୁତୁ ହୋଇ ଜଳିଲା; ଆହତ ହେଲେ ୩

1 min read

ଆଖି ପିଛୁଳାକେ ଫାଟିଲା ଇଲେକ୍ଟ୍ରି ସ୍କୁଟର ବ୍ୟାଟେରି। ହୁତୁ ହୁତୁ ହୋଇ ଜଳିଲା | ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ଘରେ ଇଲେକ୍ଟ୍ରି ସ୍କୁଟର ବ୍ୟାଟେରୀ ବିସ୍ଫୋରଣ ହୋଇ ୨ ମହିଳା ଏବଂ ଜଣେ ପୁରୁଷ ଆହତ ହୋଇଥିଲେ। ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀମାନଙ୍କ ପକ୍ଷରୁ ବୁଧବାର ଦିନ ସୂଚନା ଦେଇଥିଲେ। ଥାନେ ମ୍ୟୁନିସିପାଲିଟି ନିଗମର ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ୟାସିନ ତାଡଭି କହିଛନ୍ତି ଯେ ମଙ୍ଗଳବାର ରାତିରେ ବିସ୍ଫୋରଣ ହେତୁ ଘରର ଛାତ ଏବଂ ପଡୋଶୀ ଘର ପାଖରେ ଥିବା କାନ୍ଥ ଭୁଶୁଡି ପଡିଛି। ଏହି ବ୍ୟାଟେରୀକୁ କଲୱା ଅଞ୍ଚଳର ଶାନ୍ତି ନଗରର ଘରେ ରଖାଯାଇଥିଲା |

ଅଧିକାରୀ କହିଥିଲେ ଯେ ରାତି ପ୍ରାୟ ୧0ଟା ୩୦ ମିନିଟ ସମୟରେ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା। ସେ କହିଥିଲେ ଯେ ଚାର୍ଜ କରିବା ପାଇଁ ଘରେ ବସାଯାଇଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସେ କହିଛନ୍ତି ଯେ ଯେଉଁ ଘରେ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା ସେହି ଘରେ ରହୁଥିବା ୨୮ ବର୍ଷ ବୟସ୍କା ମହିଳା ଏବଂ ପଡୋଶୀ ଘରେ ରହୁଥିବା ଜଣେ ୬୬ ବର୍ଷ ବୟସ୍କା ପୁରୁଷ ଏବଂ ୫୬ ବର୍ଷ ବୟସ୍କା ମହିଳା ଆହତ ହୋଇଥିଲେ। ସୂଚନା ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *