Pratidin TV

Odisha's Digital News Platform

କାଳ ବୈଶାଖୀର ବଜ୍ରାଘାତରେ ଚାଲିଗଲା ୩ ନିରୀହ ବଳଦଙ୍କ ଜୀବନ ଏବଂ ଜଣେ ଆହତ

1 min read

କାଳବୈଶାଖୀ ପ୍ରଭାବରେ କାଚିଲା ବର୍ଷା | ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷ ଆରମ୍ଭ ହୋଇଛି | ବିଜୁଳି ଘଡ଼ଘଡ଼ି ଲାଗି ରହିବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି | ତେବେ ଆଜିବି ଗଜପତି ଜିଲ୍ଲାର ଉଦୟପୁର ବ୍ଲକ ନିକଟସ୍ଥ ରଣ୍ଡିବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ହରିଶଚନ୍ଦ୍ର ମହାଙ୍କୁଡଙ୍କ ୨ ଗୋଟି ବଳଦ ରାଜେନ୍ଦ୍ର ମହାଙ୍କୁଡଙ୍କ ଗୋଟିଏ ବଳଦର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି | ଅନ୍ୟ ଏକ ବଳଦ ଆହତ ହୋଇ ଚିକତ୍ସା ହେଉଥିବା ନେଇ ଦେଖିବାକୁ ମିଳିଛି |

ସୂଚନା ଅନୁସାରେ, ସକାଳୁ ଗୁହାଳରୁ ବାହାର କରିବା ପରେ ପରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷାଯୋଗୁ ବଳଦ ସବୁ ଗୋଟିଏ ଗଛ ତଳେ ଆଶ୍ରୟ ନେଇଥିଲେ।ସେ ସମୟରେ ବଜ୍ରାଘାତ ଘଟିଥିଲା। ଲୋକେ ଜାଣି ପାରି ସେଠି ପହଞ୍ଚି ଦେଖିଲା ବେଳକୁ ୩ ବଳଦ ମୃତ ଓ ଗୋଟିଏ ମୁମର୍ଷ ଅବସ୍ଥାରେ ଥିଲା। ଲୋକେ ତାକୁ ଉଦ୍ଧାର କରି ପଶୁ ଡାକ୍ତରଙ୍କ ଜରିଆରେ ଚିକିତ୍ସା କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *