Pratidin TV

Odisha's Digital News Platform

ଚଳନ୍ତା ଟ୍ରେନ ଭିତରେ ମହିଳା ଦେଲେ କନ୍ୟା ସନ୍ତାନକୁ ଜନ୍ମ ..

1 min read

ଚାଲୁଥିଲା ଟ୍ରେନ ଆଉ ସେହି ଟ୍ରେନ ଭିତରେ ମହିଳାଙ୍କର ଆରମ୍ଭ ହୋଇଥିଲା ପ୍ରସବ ବେଦନା । ଆଉ ଏହାପରେ ରେଳ କର୍ମଚାରୀ , ଯାତ୍ରୀ ମାନଙ୍କ ସାହାଯ୍ୟରେ ପିଲା ଜନ୍ମ ଦେଇଛନ୍ତି ମହିଳା । ଏବେ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ସୂଚନାଅନୁସାରେ କୁଚ ବିହାରରେ ରହୁଥିବା ମୁର୍ଶିଦ ଅଲ୍ଲୀ ଓ ତାଙ୍କର ପତ୍ନୀ ବବଲି ପଦାତିକ ଏକ୍ସପ୍ରେସ ଜେନେରାଲ ବଗିରେ ବସି ମାଲଦା ଯାଉଥିଲେ । ଏହି ସମୟରେ ବବଲିଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।

ଯାହାପରେ ପୁରା ଟ୍ରେନ ବଗିରେ ଚହଳ ପଡିଗଲା । ଆଉ ଏହାପରେ ସାଥୀରେ ଯାଉଥିବା ଯାତ୍ରୀ ଓ ଟ୍ରେନ କର୍ମଚାରୀ ସାହାଯ୍ୟ କାର୍ଯ୍ୟରେ ଲାଗି ପଡିଲେ ଏବଂ ରେଳ ଅଧିକାରୀ ମାନଙ୍କୁ ମାମଲାର ସୂଚନା ଦିଆଗଲା ଏବଂ ସେମାନେ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କଲେ । ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିରେ ମେଡିକାଲ୍ ଟିମକୁ ମିଳିଛି ବଡ ସଫଳତା । ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ମାଲଦାର ମେଡିକାଲ ଟିମ୍ ର କହିବାନୁସାରେ , ମାଆ ଏ ନବଜାତ ଶିଶୁ ଉଭୟଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିଛି । ପ୍ରସବ ପରେ ମହିଳା ଓ ଶିଶୁଙ୍କୁ ମାଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *