Pratidin TV

Odisha's Digital News Platform

ଆଶ୍ଚର୍ଯ୍ୟ ! ଏଠି ହୁଏନାହିଁ ସୁର୍ଯ୍ୟାସ୍ତ ଆସେନି ରାତି ..

1 min read

ଦୁନିଆରେ ଅନେକ ଅଜବ ଏବଂ ରହସ୍ୟମୟ ଘଟଣା ଘଟିଥାଏ । କିଛି ଘଟଣା ଆମ ସହ ଓତପ୍ରୋତ ଭାବେ ଜଡିତ ରହିଛି । ହେଲେ ତାହା ଏମିତି ରହସ୍ୟମୟ ଯାହା ଆମ ଜ୍ଞାତ ସାରରେ ବାହାରେ। କିଛି ଘଟଣା ବିଶ୍ୱାସ ନହେଲେ ବି ସତ। ଦିନ ସରିଲେ ରାତି ହୋଇଥାଏ । ଯାହାକି ନିତିଦିନିଆ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେଉଁଠି ରାତି ନାହିଁ। ସେଠି କେମିତି ଚାଲିଛି ଜୀବନ। ପ୍ରକୃତିର ଏହା ଏକ ବଡ଼ ନିୟମ ଦିନ ହେଲେ ରାତି ବି ହେବ। ହେଲେ ଏହି ସ୍ଥାନରେ ଦିନ ହୋଇଥାଏ ସତ କିନ୍ତୁ ରାତି ଖୁବ୍ କମ୍ ସମୟ। ଏହାର ଅର୍ଥ ପ୍ରାୟ ସମୟ ଏଠାରେ ସୂର୍ଯ୍ୟ କିରଣ ପଡି ରହିଥିବାରୁ ଉଜ୍ଜ୍ୱଳ ହୋଇ ରହିଥାଏ ।

ୟୁରୋପର ସବୁଠାରୁ ସୁନ୍ଦର ପ୍ରାକୃତିକ ମନୋରମ ହେଉଛି ନରୱେ । ବହୁତ ଥଣ୍ଡା ଦେଶ ହେଉଛି ଏହି ନରୱେ । ଏଠାରେ ରାତିରେ ସୂର୍ଯ୍ୟ ଉଦୟ ହୋଇଥାଏ। ରାତିରେ ବି ଆସିଥାଏ ସୂର୍ଯ୍ୟ । ଏହାର ଉତ୍ତର ଭାଗରେ ସୂର୍ଯ୍ୟ ମାତ୍ର ୪୦ମିନିଟ୍ ପର୍ଯ୍ୟନ୍ତ ଅସ୍ତ ହୋଇ ପୁଣି ଉଦୟ ହୋଇଥାଏ। ଏମିତିକି ବି କହିବାକୁ ଗଲେ ମଇରୁ ଜୁଲାଇ ଯାଏ ସୂର୍ଯ୍ୟ ଅସ୍ତ ବି ହୋଇନଥାଏ। ଏଠାରେ ରାତିସାରା ଆଲୋକ ମୟ ହୋଇଥାଏ । ଥଣ୍ଡା ଦୁଇ ମାସ ସୂର୍ଯ୍ୟ ଆସିନଥାଏ ଛୋଟ ଦେଶ ହୋଇଥିଲେ ବି ଧନୀ ଆଉ ଶାନ୍ତିପୁର୍ଣ୍ଣ ଦେଶ । ଏଠାରେ ସବୁଠାରୁ ଛୋଟ ରାତି ୪୦ ମିନିଟ୍ ପର୍ଯ୍ୟନ୍ତ ହୋଇଥାଏ । ଏହାକୁ ୟୁରୋପର ସ୍ୱର୍ଗପୁରୀ ବୋଲି କୁହାଯାଇଥାଏ। ବର୍ଷ ସାରା ଏଠାରେ ଥଣ୍ଡା ଲାଗିରହିଥାଏ । ଏହା କୌଣସି ନୂଆଁ ଘଟଣା ନୁହେଁ ଶହଶହ ବର୍ଷ ଧରି ଏଠାରେ ସୂର୍ଯାସ୍ତ ହେବା ଲୋକେ ଜାଣି ନାହାନ୍ତି । ଆଉ ଏହା ହେଉଛି ଏକ ବଡ଼ ରହସ୍ୟପୁର୍ଣ୍ଣ ସ୍ଥାନ। ଯେଉଁ ରହସ୍ୟ ଆଜିବି କେହି ଜାଣି ପାରିନାହାନ୍ତି

Advertisement

Leave a Reply

Your email address will not be published. Required fields are marked *