Pratidin TV

Odisha's Digital News Platform

(video) କନିଆଁ ପାଇଁ କାର୍ କୁ ହେଲିକପ୍ଟର କରିଦେଲା ବର ..

1 min read

ନିଜ ବାହାଘରରେ ସମସ୍ତେ ଟିକେ ନିଆରା କରିବାକୁ ଚାହାଁନ୍ତି । ନିଜର ବାହାଘରକୁ ସବୁଠୁ ସ୍ୱତନ୍ତ୍ର ଓ ସ୍ମରଣୀୟ କରିବା ପାଇଁ କିଏ ଅନେକ ଉପାୟ ଆପଣେଇଥାନ୍ତି । ହେଲେ ଯେତେବେଳେ ପାଖରେ ଅର୍ଥର ଅଭାବ ରହିଥାଏ , ଏବଂ ଏହି ଇଚ୍ଛା ପୂରଣ ପାଇଁ ଅନ୍ୟ କୌଣସି ପଦ୍ଧତି ଆପଣାଯାଏ, ସେତେବେଳେ ଏହା ମହଙ୍ଗା ପଡ଼ିଥାଏ । ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ନିଜ ବାହାଘରରେ କାରକୁ ହେଲିକେପ୍ଟର ବନେଇ ଦେଇଛନ୍ତି ବର ।ଆମ୍ବେଦକର ନଗରର ଆକବରପୁର କୋତୱାଲି ପୁଲିସ କାର ସହିତ ଦୁଇ ଭାଇଙ୍କୁ ଗିରଫ କରିଛି ।

ଦୁଇ ଭାଇ କାରକୁ ହେଲିକପ୍ଟରରେ ରୂପାନ୍ତର କରି ପେଣ୍ଟିଂ ପାଇଁ ନେଉଥିଲେ, ଯାହାଫଳରେ ଏହାକୁ ବିବାହ ଶୋଭାଯାତ୍ରାରେ ନିଆଯାଇପାରିବ ଏବଂ କନ୍ୟାକୁ ଏଥିରେ ଅଣାଯାଇପାରିବ । ଦୁଇ ଭାଇ ଭିଟି ଥାନା ଅନ୍ତର୍ଗତ ଖଜୁରୀ ବଜାରର ବାସିନ୍ଦା ।ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ସୁରକ୍ଷା ଦୃଷ୍ଟିରୁ ପୁଲିସ ଅଧିକ ସତର୍କତା ଅବଲମ୍ବନ କରୁଛି । ତେଣୁ ରବିବାର ଆକବରପୁର କୋତୱାଲୀ ଅଞ୍ଚଳରେ ପୁଲିସ ଯାଞ୍ଚ କରୁଥିବାବେଳେ ଦୁଇ ଭାଇ କାରକୁ ରଙ୍ଗ କରିବା ପାଇଁ ନେଉଥିଲେ । ପୁଲିସ ଏହି କାରକୁ ଜବତ କରିଛି । ପୋଲିସର ସୂଚନା ଅନୁଯାୟୀ, ଏହା ପରିବହନ ନିୟମକୁ ଉଲ୍ଲଂଘନ କରିଛି । କାରକୁ ହେଲିକପ୍ଟରରେ ପରିଣତ କରିବା ପାଇଁ ସେମାନେ ଅନୁମତି ମଧ୍ୟ ନେଇନଥିଲେ । ଯାହାକି ନିୟମ ବିରୁଦ୍ଧରେ । ତେବେ ଫାଇନ୍ ଦେବା ପରେ ପୋଲିସ ଗାଡିଟିକୁ ମୁକୁଲାଇ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *