Pratidin TV

Odisha's Digital News Platform

ଇତିହାସ ରଚିଲା ଭାରତ ଝିଅ , କରିବ କଙ୍ଗାରୁ- ବାଙ୍ଗାଲଦେଶୀଙ୍କ ଭାଗ୍ୟ ନିର୍ଦ୍ଧାରଣ ..

1 min read

ଭାରତୀୟ ମହିଳା ଅମ୍ପାୟର ବୃନ୍ଦା ରଥି ଇତିହାସ ସୃଷ୍ଟି କରିଛନ୍ତି । , ନିରପେକ୍ଷ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଅମ୍ପାୟାର କରିଥିବା ପ୍ରଥମ ଭାରତୀୟ ମହିଳା ଅମ୍ପାୟର ହୋଇଛନ୍ତି ବୃନ୍ଦା । ଶେରେ-ଇ-ବଙ୍ଗଳା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ମହିଳା ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ବୃନ୍ଦା ଅମ୍ପାୟାର ହୋଇଛନ୍ତି । ଯାହା ଏପର୍ଯ୍ୟନ୍ତ ଭାରତୀୟ ମହିଳା ଅମ୍ପାୟାର ଏକ ନିରପେକ୍ଷ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଅମ୍ପାୟର ହୋଇନାହାଁନ୍ତି, କିନ୍ତୁ ବର୍ତ୍ତମାନ ବୃନ୍ଦା ଏହି ରେକର୍ଡ କୁ ନିଜ ନାମରେ କରିଛନ୍ତି । ପ୍ରଥମ ଭାରତୀୟ ମହିଳା ଅମ୍ପାୟର ହୋଇଛନ୍ତି ବୃନ୍ଦା ରଥି ।

ଏହାପୂର୍ବରୁ ସେ ମୁମ୍ବାଇରେ ଭାରତୀୟ ମହିଳା ଦଳ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଏକ ଟେଷ୍ଟ ଖେଳାଯାଇଥିଲା । ସେହି ଟେଷ୍ଟରେ ଅମ୍ପାୟାର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହିପରି ଭାବରେ ବୃନ୍ଦା ଭାରତର ପ୍ରଥମ ମହିଳା ଟେଷ୍ଟ ଅମ୍ପାୟାର ହୋଇଥିଲେ । ଏଥି ସହିତ, କମନ୍ୱେଲଥ ଗେମ୍ସ ୨୦୨୨ ରେ ବୃନ୍ଦା ଅମ୍ପାୟାର ହୋଇଥିଲେ । ବୃନ୍ଦା ଭାରତର ମୁମ୍ବାଇର ବାସିନ୍ଦା । ସେ ୨୦୧୪ ମସିହାରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରାୟ ୪ ବର୍ଷ ପରେ, ୨୦୧୮ ରେ, ସେ ବିସିସିଆଇ ଅମ୍ପାୟାର ପରୀକ୍ଷାରେ ସଫଳ ହୋଇଥିଲେ । ୨୦୨୦ ମସିହାରେ ଅମ୍ପାୟାରର ଆଇସିସି ଡେଭଲପମେଣ୍ଟ ପ୍ୟାନେଲରେ ବୃନ୍ଦା ଯୋଗଦେଇଥିଲେ । ସେବେଠାରୁ ସେ କ୍ରମାଗତ ଭାବରେ ଅମ୍ପାୟାର୍ ହୋଇଆସୁଛନ୍ତି । ଅଦ୍ୟାବଧି ବୃନ୍ଦା ୧୩ ଟି ମହିଳା ଓଡି ଏବଂ ୪୩ ଟି ଆନ୍ତର୍ଜାତୀୟ ଟି -୨୦ ମ୍ୟାଚରେ ଅମ୍ପାୟାର ହୋଇଛନ୍ତି । ଗତ ବର୍ଷ ଦକ୍ଷିଣ ଆଫ୍ରିକାରେ ମହିଳା ଟି -୨୦ ବିଶ୍ୱକପ ଆୟୋଜିତ ହୋଇଥିଲା । ଏହି ଟୁର୍ନାମେଣ୍ଟରେ ମଧ୍ୟ ବୃନ୍ଦା ଅମ୍ପାୟାର ଭାବରେ କାର୍ଯ୍ୟ ତୁଲାଇଥିଲେ , ।

Advertisement

Leave a Reply

Your email address will not be published. Required fields are marked *