Pratidin TV

Odisha's Digital News Platform

ଟ୍ରାଫିକ୍ ନିୟମ ଭାଙ୍ଗି ଦାଦାଗିରି ଦେଖାଉଥିଲେ ବିଧାୟିକାଙ୍କ ପୁଅ, ପୋଲିସ ବଦଳରେ ମା ଶିଖାଇଦେଲେ ସବକ୍ ।

1 min read

ସରକାରୀ ନିୟମ ଏବଂ ଦଣ୍ଡ ସମସ୍ତଙ୍କ ପାଇଁ ସମାନ କିଏ ମନ୍ତ୍ରୀ କିଏ ସାଧାରଣ ଲୋକେ । ନିର୍ବାଚନ ପାଖେଇ ଆସୁଥିବାରୁ ବୁଆଡେ ପ୍ରାୟ ପୋଲିସର କଡାକଡି ଯାଞ୍ଚ ଚାଲିଛି । ଏହି ସମୟରେ ଟ୍ରାଫିକ ପୋଲିସଙ୍କ ହାବୁଡରେ ପଡିଥିଲେ ଉତ୍ତର ପ୍ରଦେଶର ଖଣ୍ଡବା ଜିଲ୍ଲାର ବିଧାୟକ କାଞ୍ଚନ ତନଭେଙ୍କ ପୁଅ । ସେ କାର୍ ଡ୍ରାଇଭିଂ ସମୟରେ ସିଟ୍ ବେଲ୍ଟ ନପିନ୍ଧିଥିବାରୁ ପୋଲିସ ତାଙ୍କୁ ଟ୍ରାଫିକରେ ଅଟକାଇ ଚାଲାଣ କାଟିଥିଲା । ଆଉ ବିଧାୟିକାଙ୍କ ପୁଅ ମଧ୍ୟ ପାୱାର ଦେଖାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରିଥିଲେ । ଆଉ ନିଜ ମାଙ୍କୁ ଫୋନ କରିଥିଲେ । କିନ୍ତୁ ବିଧାୟିକା କାଞ୍ଚନ ଫୋନ ଉଠାଇ କିଛି ଏପରି କହିଥିଲେ ଯାହା ପୋଲିସ ବାବୁଙ୍କ ସହ ପୁଅର ମଧ୍ୟ ହୋସ୍ ଉାଡାଇଦେଇଥିଲା ।

କାରଣ କୌଣସି ବିଧାୟକ , ମନ୍ତ୍ରୀ କିମ୍ବା ଏମଏଲେଙ୍କ ପୁଅ ଯଦି ଟ୍ରାଫିକ୍‌ରେ ଧରାପଡନ୍ତି ତେବେ ସେ ନିଜ ବାପା ମା’ଙ୍କ ପାର୍ଟି ପାୱାର ଦେଖାଇ ସେଠାରୁ ଖସିଯାଆନ୍ତି ବା ପୋଲିସକୁ ଧମକ୍ ଦିଅନ୍ତି । କିନ୍ତୁ ନିକଟରେ ଘଟିଥିବା ଘଟଣା ସମ୍ପୂର୍ଣ୍ଣ ଭିନ୍ନ ବିଧାୟିକା ଜଣଙ୍କ ପୁଅର ଫୋନ ଉଠାଇ କହିଥିଲେ କି ଟ୍ରାଫିକ ପୋଲିସକୁ ଅନୁରୋଧ କର କିମ୍ବା ଚାଲାଣ କାଟି ସିଧା ରାସ୍ତାରେ ଚାଲ ।

Advertisement

Leave a Reply

Your email address will not be published. Required fields are marked *