Pratidin TV

Odisha's Digital News Platform

ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି , ପୋଷ୍ଟାଲ ବାଲାଟରେ ଭୋଟ ଦେବେ ସାମ୍ବାଦିକ ..

1 min read

ହେବାକୁ ଯାଉଛି ସାଧାରଣ ନିର୍ବାଚନ । ବାଜି ସାରିଲାଣି ନିର୍ବାଚନୀ ବିଗୁଲ । ତେବେ ଚଳିତ ନିର୍ବାଚନ କୁ ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଭାରତ ନିର୍ବାଚନ କମିଶନ । ପ୍ରଥମ ଥର ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିପାରିବେ କାର୍ଯ୍ୟରତ ସାମ୍ବାଦିକ । ଏହା ଦ୍ୱାରା ସ୍ୱାଧୀନ ଭାରତରେ ପ୍ରଥମ ଥର ପ୍ରାଧୀକୃତ ସାମ୍ବାଦିକ ମାନେ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଭୋଟ ଗ୍ରହଣର ମହାପର୍ବରେ ମଧ୍ୟ ସାମିଲ ହୋଇପାରିବେ । ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଅଗ୍ରଣୀ ଭୂମିକା ରହିଆସିଛି । ନିର୍ବାଚନ ସମୟରେ ଅନେକ ପ୍ରାଧିକୃତ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ ।

ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିବାରେ ବଞ୍ଚିତ ହୁଅନ୍ତି । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରାଧିକୃତ ସାମ୍ବାଦିକ ଓ ଗଣତନ୍ତ୍ରର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ପ୍ରାଧିକୃତ ସାମ୍ବାଦିକମାନେ ‘ରିପ୍ରେଜେଣ୍ଟେସନ ଅଫ ପିପୁଲ ଆକ୍ଟ-୧୯୫୧’ର ଧାରା ୬୦ (C) ଅଧୀନରେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିପାରିବେ । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିଜ ନିର୍ବାଚନ ମଣ୍‌ତଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିବାକୁ ପଡ଼ିବ । ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡ଼ିସନ୍ ଯାଞ୍ଚ କରିବେ । ଏହା ଯାଞ୍ଚ ହେବା ପରେ ଠିକ୍ ସମୟରେ ପୋଷ୍ଟାଲ ବାଲାଟ୍ ପହଞ୍ଚିବ । ପୋଷ୍ଟାଲ ବାଲାଟରେ ଭୋଟ ଦେଇ ରିଟର୍ଣ୍ଣିଂ ଅଫିସରଙ୍କୁ ପଠାଇ ପାରିବେ । ନିର୍ବାଚନ ଡ୍ୟୁଟିରେ ନିୟୋଜିତ ସମସ୍ତ ପ୍ରାଧିକୃତ ଗଣମାଧ୍ୟମ କର୍ମଚାରୀ ଯେଉଁଠାରେ କାର୍ଯ୍ୟ କରୁଛନ୍ତି ସେହି ସ୍ଥାନରେ ପୋଷ୍ଟାଲ ବାଲାଟ ମାଧ୍ୟମରେ ନିଜର ଭୋଟ ଦେଇପାରିବେ । ନିର୍ବାଚନରେ ସର୍ବାଧିକ ସଂଖ୍ୟକ ଭୋଟର ଅଂଶ ଗ୍ରହଣ କରିବା ପାଇଁ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *