Pratidin TV

Odisha's Digital News Platform

ଠାକୁରଙ୍କୁ ବି ଛାଡିଲେନି ଲୁଟେରା , ଦୁଇଟି ମନ୍ଦିରରୁ କଲେ ଲକ୍ଷାଧିକ ଟଙ୍କା ସୁନା ଲୁଟ୍ …

1 min read

ଏବେ ପୋଲିସ ସାଜିଛି ନିରବଦ୍ରଷ୍ଟା । ପୋଲିସର ସାମ୍ନାରେ ଲୁଟପାଟ କରୁଛନ୍ତି ଲୁଟେରା । ହେଲେ ସବୁଜାଣି ସବୁ ଶୁଣି ଚୁପ୍ ବସିଛି ପୋଲିସ । ଏବେ ଏ ଲୁଟେରାଙ୍କ ନଜର ଭଗବାନ ମନ୍ଦିର ଉପରେ । ଏବେ ସାଧାରଣ ଲୋକଙ୍କୁ ଛାଡି ମନ୍ଦିର ଲୁଟ କରୁଛନ୍ତି ଲୁଟେରା । ସୂଚନାନୁଯାୟୀ ସୋର ଥାନା ଅଞ୍ଚଳ ରେ ଦୁଇଟି ମନ୍ଦିର ରୁ ଚୋରି ହୋଇଥିବା ବେଳେ ଟେର ପାଉନି ସୋର ପୋଲିସ ।

ଗତକାଲି ବିଳମ୍ବିତ ରାତିରେ ସୋର ଥାନା ବାଳଙ୍ଗ ଅସିମିଳା ଗ୍ରାମ ରେ ସିମୁଳିଆ ତ୍ରିଲୋଚନେଶ୍ୱର ଓ ଅସିମିଳା ରେ ବାବା ନିଲାକଣ୍ଠେଶ୍ୱର ଶିବ ମନ୍ଦିର ରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନ ବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୁନା ଅଳଙ୍କାର ୯ ଟା ସୁନା କଲରା, ରୂପା କଠଉ, ରୂପା ତ୍ରିଶୂଳ, ରୂପା ଡାମ୍ବ୍ରୁ, ଚିଲମ, ନନ୍ଦୀଙ୍କ ବାଦ୍ୟ, ବେଲ ପତ୍ର, ରୂପା ଷ୍ଟାଣ୍ଡ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଯାଇଛି । ଘଟଣା ସ୍ଥଳରେ ସୋର ପୋଲିସ ପହଂଚି ତଦନ୍ତ କରୁଛି । ଗତ କିଛି ଦିନ ତଳେ ୧୦ରୁ ଅଧିକ ମନ୍ଦିର ଚୋରି ହେଇ ଥିବା ଅଭିଯୋଗରେ ହେଇଥିଲା । ହେଲେ ଏଯାଏଁ ଚୋରଙ୍କ ବିଷୟରେ କୌଣସି ସୁରାକ ପାଇନି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *