Pratidin TV

Odisha's Digital News Platform

ଦେଶରେ ପୁଣି ଆତଙ୍କ ବଢାଇଲାଣି ଟମାଟୋ-ଫ୍ଲୁ ,ଜାଣିନିଅନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

1 min read

ନୂଆଦିଲ୍ଲୀ : ଦୀର୍ଘ ୨ ବର୍ଷ ହେଲାଣି ସାରା ଭାରତ ସହ ଅନ୍ୟାନ ଦେଶଗୁଡିକରେ ନିଜର କାୟା ବିସ୍ଥାର କରିଛି କରୋନା ମହାମାରୀ । ଏଯାଏ ଭାରତରେ କରୋନା ମହାମାରୀ ଯୋଗୁ ପ୍ରାୟ ୫ଲକ୍ଷ ୨୭ ହଜାର ଲୋକ ପ୍ରାଣ ହରାଇଛନ୍ତି । ତେବେ ଲୋକଙ୍କ ମନରୁ କରୋନାର ଭୟ ନଯାଇଥିବା ବେଳେ ମଙ୍କିପକ୍ସ ବିଶ୍ୱବ୍ୟାପୀ ଚିନ୍ତା ବଢାଇଛି । ଏହାସହ ଏବେ ପୁଣି ଏକ ନୂଆ ମହାମାରୀ ବ୍ୟାପିବାରେ ଲାଗିଛି ଦେଶରେ । ଯାହା ସାଧାରଣ ଲୋକମାନଙ୍କର ଚିନ୍ତାକୁ ଦୁଇଗୁଣିତ କରିଦେଇଛି ।
ଏହି ରୋଗ ଏବେ ଶିଶୁମାନଙ୍କ ମଧ୍ୟରେ ଦ୍ରୁତଗତିରେ ବ୍ୟାପିବାରେ ଦେଖାଦେଇଛି । ତେବେ ଏହି ରୋଗ ପ୍ରଥମେ ୨୦୨୨ ମସିହା ମେ ମାସ ୬ ତାରିଖରେ କେରଳରେ ଦେଖାଦେଇଥିଲା ।ଯାହା ବର୍ତ୍ତମାନ ସୁର୍ଦ୍ଧା ବୃଦ୍ଧିପାଇକି ୮୨ ରେ ପହଞ୍ଚି ଯାଇଛି । ଏହି ରୋଗଟି ଛୋଟ ଶିଶୁ ତଥା ୧ରୁ ୫ ବର୍ଷ ବୟସ ଛୁଆଙ୍କ ଠାରେ ଦେଖାଦେବା ସହ ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବୟସ୍କଙ୍କ ଠାରେ ମଧ୍ୟ ଦେଖାଦେଇଛି ।

ଲକ୍ଷଣ ଓ ପ୍ରତିକାର
ଏହା ଏକ ବଡ ମାରାତ୍ମକ ରୋଗ ଅଟେ । ଏଥିରେ ପିଡିତ ରୋଗୀ ବହୁ ଯନ୍ତ୍ରଣା ପାଇଥାଏ । ଟମାଟୋ ଫ୍ଲୁ ହେବା ଦ୍ୱାରା ପିଲାମାନଙ୍କ ପାଦ ,ଗୋଡ,ହାତ,ପିଠି ଏବଂ ପାଟି ମଧ୍ୟରେ ଫୋଟକା ହୋଇଯାଏ । ସେହି ଜାଗାଗୁଡିକରେ ବହୁ ଯନ୍ତ୍ରଣା ହେବା ସହ ଛୁଆ ମାନେ ଠିକ୍ ରେ ଖାଇ ପିଇ ପାରନ୍ତିନି । ଦେହରେ ହଠାତ୍ ଜ୍ୱର ବୃଦ୍ଧି ପାଇବା ସହ ଗୋଡ ହାତ ମଧ୍ୟ ବିନ୍ଧା ବିନ୍ଧି କରେ ଏହି ରୋଗରେ ।ଏହା ଏକ ସଂକ୍ରମିତ ରୋଗ ଅଟେ , ରୋଗୀର ବିଛଣା ଖାଦ୍ୟ ପାନୀୟ ଜାଗାରେ ଆଉ କେହି ବ୍ୟବହାର କରିବା ଦ୍ୱାରା ତାହା ଶ୍ରୀଘ୍ର ବ୍ୟାପିଥାଏ । ବିଶେଷଜ୍ଞମାନେ ଏହାକୁ ଏକ ବିରଳ ସଂକ୍ରମଣ ବୋଲି ମଧ୍ୟ କହିଛନ୍ତି । ଡାକ୍ତରଙ୍କ କହିବା ମୁତାବକ ଏହି ରୋଗଟି ଆରମ୍ଭରୁ ଜଣାପଡିନଥାଏ । ପ୍ରଥମେ ଶିଶୁ ମାନଙ୍କ ଠାରେ ଜ୍ୱର ଦେଖାଯିବା ସହ ଏହାର କିଛିଦିନ ପରେ ଫୋଟକାଗୁଡିକ ହଠାତ୍ ମାଡିଯାଇଥାଏ ଶରୀରରେ । ଏନେଇ ଶିଶୁମାନଙ୍କ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ଅତ୍ୟନ୍ତ ଆବଶ୍ୟକ । ଏହାସହ ଡାକ୍ତରଙ୍କ ଉପଯୁକ୍ତ ପରାମର୍ଶ ନେବା ମଧ୍ୟ ଆବଶ୍ୟକ ।

Advertisement

Leave a Reply

Your email address will not be published. Required fields are marked *