Pratidin TV

Odisha's Digital News Platform

ଛୋଟ ବୟସରେ ବଡ ବାର୍ତ୍ତା : ‘ସୁଭଦ୍ରା ’

1 min read

ଭୁବନେଶ୍ୱର : ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଅଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ସୁଭଦ୍ରା ।ବାଲେଶ୍ୱର ଜିଲ୍ଲାରେ ଘର ,ଛୋଟ ବେଳୁ ବାପା ମାଙ୍କୁ ହରାଇ ଅନାଥ ହୋଇଯାଇଥିବ ଛୁଆଟିକୁ ଆପଣେଇ ନେଇଯାଇଥିଲେ ଜଣେ ବ୍ରାହ୍ମଣ ପରିବାରର ବ୍ୟକ୍ତି । ନିଜର ଛୁଆ କରି ରଖିଥିଲେ ସୁଭଦ୍ରାଙ୍କୁ । ତେବେ ଏହାର କିଛି ବର୍ଷ ପରେ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା ବେଳେ ମାଙ୍କ ମାନସିକ ସ୍ଥିତି ମଧ୍ୟ ବିଗିଡିଯାଇଥିଲା । ଏହାପରେ ଖୁବ୍ କଷ୍ଟ ସହି ଏଯାଏ ଆସିଛନ୍ତି ସୁଭଦ୍ରା । ଛୋଟବେଳେ ନିଜ ବାପା ମାଙ୍କୁ ହରାଇ ଏଠାରେ ମଧ୍ୟ ପାଳିତ ବାପାଙ୍କୁ ହରାଇଥିଲେ ସେ ।ତାପରେ ମା ମଧ୍ୟ ପାଗେଳି ହୋଇଯାଇଥିବାରୁ ତାଙ୍କୁ ଅସୁଭ କହି ଗାଁ ଲୋକମାନେ ଉଭୟ ମାନସିକ ରୋଗରେ ପିଡିତା ମା ଓ ଝିଅ ସୁଭଦ୍ରାଙ୍କୁ ହଇରାଣ କରୁଥିଲେ । ଗାଁରେ ସମସ୍ତଙ୍କ ଘରେ ପାଇପ ପାଣି ଆସୁଥିବା ବେଳେ ସୁଭଦ୍ରାଙ୍କ ଘରେ ନଥିଲା ଏ ବ୍ୟବସ୍ଥା ।ଏପରି ଅନେକ ପ୍ରକାରର ନାହିଂ ନଥିବା ହଇରାଣ ହୋଇଥିଲେ ସେମାନେ । ତଥାପି ସୁଭଦ୍ରା ଭାଙ୍ଗି ପଡିନଥିଲେ । ବରଂ ପାଠ ପଢି ଆଗକୁ ବଡ ହେବାର ସ୍ୱପ୍ନ ଦେଖିଥିଲେ ପରିସ୍ଥିତି ଯାହା ହେଉନା କାହିଁକି ଲଢିବେ ସେ ।

ଜଣେ ଶିକ୍ଷକଙ୍କ ସହାୟତାରେ ସୁଭଦ୍ରା ନିଜ ସମସ୍ୟ ବିଷୟରେ ଲେଖି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ପେଠାଇଥିଲେ । ମାତ୍ର ୫୦୦ ଟଙ୍କା ଭର୍ତ୍ତା ଓ କିଛି ମାଗଣା ଚାଉଲରେ କିପରି ବଞ୍ଚିବେ ମା ଝିଅ ଦୁହେଁ ବୋଲି ପ୍ରଶ୍ନ କରିଥିଲେ । ଏବେ ଏହା ପରେ ସୁଭଦ୍ରାଙ୍କ ପାଖକୁ ଛୁଟି ଆସିଛି ଅନେକ ପ୍ରକାରର ସହାୟତାର ହାତ । ତାଙ୍କ ଶିକ୍ଷା ନିମନ୍ତେ ମାସକୁ ୨୦୦୦ ଟଙ୍କାର ଭର୍ତ୍ତା ସହ ,ଅନେକ ଏନ୍‌ଜିଓ ମଧ୍ୟ ବଢାଇଛନ୍ତି ସହାୟତାର ହାତ ।

Advertisement


ଏହା ସହ ତରଙ୍ଗର ଜଣେ କଳାକାର ସୁଭଦ୍ରାଙ୍କ ଏପରି ଅବସ୍ଥା ସହ୍ୟ କରିନପାରି ,ସମ୍ପର୍କର ହାତ ବଢାଇଛନ୍ତି । ଟେଲି ଦୁନିଆର ଅଭିନେତ୍ରୀ ଉମା ଆଜି ସୁଭଦ୍ରାଙ୍କ ଘରେ ପହଞ୍ଚି ଥିଲେ । ସେ ଆଜିଠୁ ସୁଭଦ୍ରାଙ୍କ ବଡ ଭଉଣୀ ଭାବରେ ସମସ୍ତ ଦାୟିତ୍ୱ ତୁଲାଇବା ସହ ତାଙ୍କ ପାଠପଢା ଦାୟିତ୍ୱ ଗ୍ରହଣ କରିବେ । ଏହା ସହ ସେ ବଡଭଉଣୀ ଭାବେ ସୁଭଦ୍ରାଙ୍କୁ ଏକ ଉତ୍ତମ ପରିଚୟ ପ୍ରଦାନ କରିବେ ବୋଲି ପ୍ରତିଶୃତି କରିଛନ୍ତି । ତେବେ ଏତେ ଛୋଟ ବୟସରୁ ଏମିତି ସବୁ ପରିସ୍ଥିତିରେ ଭାଙ୍ଗି ପଡିନôତଲେ ସୁଭଦ୍ରା । ବରଂ ତାଙ୍କ ବୟସର ଛୋଟ ଛୋଟ ପିଲାଙ୍କ ସହ ସମାଜ ପାଇଁ ପ୍ରରେଣା ସାଜିଛନ୍ତି ସେ । ପରିସ୍ଥିତି ଯହାବି ହେଉନା କାହିଁକି ଆମକୁ ଭାଙ୍ଗି ନଯାଇ ତା ସହ ଲଢିବାକୁ ପଡିବ ବୋଲି କହିଛନ୍ତି ଛୋଟ ସୁଭଦ୍ରା ।

ବଡ ହୋଇ ଶିକ୍ଷକ ହେବେ ଆଉ ତାଙ୍କ ଭଳି ଅବହେଳିତ ଶିଶୁଙ୍କୁ ମାଗଣାରେ ପଢାଇବେ ।

Leave a Reply

Your email address will not be published. Required fields are marked *