ସରିଲା ଧୋତି ପିନ୍ଧା ରାଜନୀତି , ଏବେ ନେତାଙ୍କ ପସନ୍ଦ ଫର୍ମାଲ ୱେର..
1 min readଏବେ ଧୋତି ପିନ୍ଧା ରାଜନୀତିର ଅବସାନ ଘଟିଛି । ଆଜିକାଲି ଧୋତିପିନ୍ଧା ନେତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ଯୁବ ବିଧାୟକମାନେ ପାରମ୍ପରିକ ଧୋତି ପୋଷାକକୁ ପ୍ରାୟ ଭୁଲି ଗଲେଣି । ଧୀରେ ଧୀରେ ଧୋତି ପିନ୍ଧୁଥିବା ନେତା ମାନେ ହଜିଗଲେଣି । ଏବେ ଲୋକ ପ୍ରତିନିଧିମାନେ ରାଜ୍ୟର ପାରମ୍ପରିକ ପୋଷାକକୁ ଭୁଲି ଯାଇ ସାରିଲେଣି । ନୂଆ ପିଢ଼ିର ବିଧାୟକମାନେ ଧୋତି କେମିତି ପିନ୍ଧା ଯାଏ ସେତିକି ବି ଜାଣିନାହାନ୍ତି । ଫର୍ମାଲ ପୋଷାକ ସାଙ୍ଗକୁ ସୁଟ୍ ବୁଟ୍ ପିନ୍ଧା ନେତାଙ୍କ ସଂଖ୍ୟା ଏବେ ବଢିବାରେ ଲାଗିଛି । ଗୋଟିଏ ସମୟରେ ବିଧାନସଭାକୁ ସଂଖ୍ୟାଧିକ ସଦସ୍ୟ ଧୋତି ପିନ୍ଧି ଆସୁଥିଲେ ।
ବାଚସ୍ପତି ଓ ମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ଅନେକ ଧୋତି ପିନ୍ଧୁଥିଲେ । ବିଭିନ୍ନ ଦଳର ରାଜନେତାମାନଙ୍କ ପରିଧାନ ଧୋତି ଥିଲା । କିନ୍ତୁ ଏବେ ବିଧାନ ସଭା ଭିତରେ ଧୋତି ପିନ୍ଧା ସଦସ୍ୟଙ୍କ ସଂଖ୍ୟା ଅତି ନଗଣ୍ୟ । ଆଗରୁ ନେତାଙ୍କ ଡ୍ରେସକୋର୍ଡ ସାଧାରଣତଃ ଧଳା ପାଇଜାମା ସହ ଧଳା ଧୋତି ଥିଲା । ଧୋତିକୁ କୁଞ୍ଚ ମାରି ହାତରେ ଗୋଟିଏ କାନି ଧରିବା ଥିଲା ନେତାଙ୍କ ଟ୍ରେଡ ମାର୍କ ଷ୍ଟାଇଲ୍ । ସେହି ଧୋତିପିନ୍ଧା ନେତାଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ , ଡ.ହରେକୃଷ୍ଠ ମହାତବ , ଜାନକୀବଲ୍ଲଭ ପଟ୍ଟନାୟକ , ପୂର୍ବତନ ବାଚସ୍ପତି ଶରତ କର , ପୂର୍ବତନ ବିଧାୟକ ସେକ୍ ମତଲୁବ୍ ଅଲ୍ଲୀ , ବିକ୍ରମ କେଶରୀ ବର୍ମା , ପ୍ରଫେସର କାଳନ୍ଦି ବେହେରା , ଦୋଳଗୋବିନ୍ଦ ପ୍ରଧାନ , ପୂର୍ବତନ ନଗରପାଳ ତ୍ରିଲୋଚନ କାନୁନ୍ଗୋଙ୍କ ଭଳି ଭେଟେରାନ ନେତା ମାନେ ଧୋତି ପିନ୍ଧି ରାଜନୀତିି କରୁଥିଲେ । ହେଲେ ଧୀରେ ଧୀରେ ହଜିଗଲେଣି ଧୋତି ପିନ୍ଧା ନେତା। ଯୁବନେତା ମାନେ ଧୋତି ଛାଡି ଏବେ ମଡର୍ଣ୍ଣ ପୋଷାକରେ ନଜର ଆସୁଛନ୍ତି ।