ବିଜେଡି ଛାଡିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ , ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଇସ୍ତଫାପତ୍ର ..
1 min readବିଜେଡି ଛାଡିଲେ ଭର୍ତ୍ତୃହରି । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଆଜି ମେଣ୍ଟ ନ ହେବା ନେଇ ସ୍ପଷ୍ଟତା ଆସିବା ପରେ ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି ।ବିଜେଡିରୁ ଇସ୍ତଫା ନେଇ ପ୍ରେସ ମିଟ୍ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି । ତାଙ୍କ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି ମହତାବ । ପ୍ରେସ ମିଟ୍ ଜରିଆରେ ସେ କହିଛନ୍ତି ବହୁତ ସହିଛି, ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ବୋଲି ମହତାବ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ନିଷ୍ପତ୍ତି କଠୋର ହୋଇପାରେ, କିନ୍ତୁ ମୋତେ ଆଜି ହାଲୁକା ଲାଗୁଛି ।
ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି । ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ’ । ଭର୍ତ୍ତୃହରି ମହତାବ ୧୯୫୭ ମସିହା ସେପ୍େଟମ୍ବର ୮ରେ ଜନ୍ମ ଗ୍ରହଣ କରିଥିଲେ । ସେ ବିଜୁ ଜନତା ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୧୯୯୮ରେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ପରେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରୁ ଲଗାତର ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।