Pratidin TV

Odisha's Digital News Platform

ବିଶ୍ୱରେ ମୋଦୀଙ୍କ ଦବ୍‌ଦବା , ଭୁଟାନରେ ମିଳିଲା ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ..

1 min read

ବିଶ୍ୱରେ ଗୁଞ୍ଜରିତ ହେଉଛି ଭାରତ ବର୍ଷର ଯଶ । ମୋଦିଙ୍କ ନେତୃତ୍ୱରେ ଦେଶର ଭବିଷ୍ୟତ ସୁଦୃଢ଼ ହେବା ସହ ଦେଶ ବିକାଶ ଆଡ଼କୁ ଗତି କରୁଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଅନେକ ଦେଶ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିସାରିଛନ୍ତି । ତେବେ ଏହି ସମ୍ମାନର ତାଲିକା ଦିନକୁ ଦିନ ଲମ୍ବି ଚାଲିଛି । ଏବେ ଭୁଟାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ୨ ଦିନିଆ ପଡ଼ୋଶୀ ଦେଶ ଭୁଟାନ ଗସ୍ତରେ ଅଛନ୍ତି ।

ଏହି ଗସ୍ତ ସମୟରେ ମୋଦିଙ୍କୁ ଭୁଟାନରେ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ତାଙ୍କୁ ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଦି ଅର୍ଡର ଅଫ ଦ୍ରୁକ୍ ଗ୍ୟାଲପୋ’ରେ ସମ୍ମାନିତ କରାଯାଇଛି । ଭାରତ-ଭୁଟାନ ଦ୍ୱିପାକ୍ଷିକ ସମ୍ପର୍କର ଅଭିବୃଦ୍ଧି ଓ ଭୁଟାନବାସୀଙ୍କ ଲାଗି ଯୋଗାଇଥିବା ଉଲ୍ଲେଖନୀୟ ସେବା ଲାଗି ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ । ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ସାଇଟରେ ଏକ ପୋଷ୍ଟ କରି କହିଛନ୍ତି, “ଏହି ସମ୍ମାନ ମୋର ବ୍ୟକ୍ତିଗତ ସମ୍ମାନ ନୁହେଁ । ଏହା ଭାରତ ଓ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ।

Advertisement

ଏହା ସହ ଭାରତ ଓ ଭୁଟାନ ମଧ୍ୟରେ ମୋଟ ୭ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ସମସ୍ତ ଚୁକ୍ତିନାମା ପେଟ୍ରୋଲିୟମ, ଶକ୍ତି, କ୍ରୀଡା, ଚିକିତ୍ସା ଦ୍ରବ୍ୟର ପରୀକ୍ଷା ସହିତ ଜଡିତ ।ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନରେ ତାଙ୍କର ଦୁଇ ଦିନିଆ ରାଜ୍ୟ ଗସ୍ତ ଆରମ୍ଭ କରିବାବେଳେ ଶୁକ୍ରବାର ଦିନ ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକଙ୍କୁ ଭେଟିଛନ୍ତି । ଭୁଟାନର ରାଜାଙ୍କୁ ଭେଟିବା ପୂର୍ବରୁ ମୋଦୀଙ୍କୁ ଏକ ବଡ଼ ସ୍ୱାଗତ କରାଯାଇଥିଲା । ‘ପଡ଼ୋଶୀ ପ୍ରଥମ’ ନୀତି ଅନୁଯାୟୀ ଭୁଟାନ ସହ ଭାରତର ଅନନ୍ୟ ସମ୍ପର୍କକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ରାଜ୍ୟ ଗସ୍ତରେ ଭୁଟାନରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *