Pratidin TV

Odisha's Digital News Platform

ଛାତ୍ର ଠାରୁ ଲାଞ୍ଚ ନେଇ ଧରାପଡିଲେ ହେଡ୍‌କ୍ଳର୍କ ,ଆଇନ ମହାବିଦ୍ୟାଳୟରେ ଆଇନର ଉଲ୍ନଘନ

1 min read

ଢେଙ୍କାନାଳ : ଏଭଳି ନିମ୍ନମାନର ଘଟଣା ପ୍ରତ୍ୟକଦିନ ଆମ ଦେଶରେ ଘଟୁଛି ।କିଛି ଧରାପଡୁଥିବା ବେଳେ ଆଉ କିଛି ଘଟଣା ଆସିପାରୁନି ପୋଲିସର ନଜରକୁ । ସେହିଭଳି ସରକାରିଠୁ ଆରମ୍ଭ କରି ବେସରକାରୀ ସଂସ୍ଥା ଯାଏ ଏବେ ସବୁଠି ଚାଲିଛି ଟଙ୍କା କାରବାର । ଭୁଲ କେବଳ ଲାଞ୍ଚ ନେଉଥିବା ଲୋକର ନୁହେଁ ବରଂ ତାଠୁ ଅଧିକ ଭୁଲ ଲାଞ୍ଚ ଦେଉଥିବା ଲୋକର । ସେହିଭଳି ଆଜି ଜଣେ ଛାତ୍ରଠୁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ହେଡ୍ କ୍ଲକ ଉତ୍ତମ ରାଉତ । ଆଟେଣ୍ଡାନ୍ସ ପାଇଁ କୋଲକାତାର ଜଣେ ଛାତ୍ର ଠାରୁ ୮୫୦୦ ଲାଞ୍ଚ ନେଉଥିଲା ବେଳେ ଧରିଥିଲା ଭିଜିଲାନ୍ସ ।


ସୁଚନା ଅନୁଯାୟୀ ହେଡକ୍ଲକ ଉତ୍ତମ ,ଉକ୍ତ ଛାତ୍ରଙ୍କ ଠାରୁ ଆଟେଣ୍ଡାନ୍ସ କ୍ଲିୟର କରାଇଦେବା ନିମନ୍ତେ ୧୦,୦୦୦ ଟଙ୍କା ମାଗିଥିଲେ । ଛାତ୍ର ଜଣଙ୍କ ଏତେଗୁଡାଏ ଟଙ୍କା ଦେଇନପାରି ୮୫୦୦ ଟଙ୍କା ଦେଇଥିଲା ଉତ୍ତମଙ୍କୁ । ଏନେଇ ଭିଜିଲାନ୍ସ ଉତ୍ତମ ଙ୍କୁ ଗିରଫ କରିବା ସହ ଉକ୍ତ ଟଙ୍କାକୁ ଜବତ କରିଛି । ଏହାସହ ତାଙ୍କର ଢେଙ୍କାନଳର ଆବାସିକ ଘରେ ମଧ୍ୟ ରେଡ୍ ପକାଇଛି ଭିଜିଲାନ୍ସ ।

Advertisement

Leave a Reply

Your email address will not be published. Required fields are marked *