Pratidin TV

Odisha's Digital News Platform

ରାଜନୀତି ମୈଦାନରେ ସ୍ୱରା , କଂଗ୍ରେସରୁ ପ୍ରାର୍ଥୀ ହୋଇ ଲଢିବେ ନିର୍ବାଚନ ..

1 min read

ରାଜନୀତି ମୈଦାନରେ ସ୍ୱରା । ଏଥର ଅଭିନେତା ଗୋବିନ୍ଦା ଓ ସ୍ୱରାଙ୍କ ମଧ୍ୟରେ ହେବ କଡା ଟକ୍କର । କାରଣ ଏବେ ଶିବସେନାରୁ ଅଭିନେତା ଗୋବିନ୍ଦାଙ୍କୁ ଉତ୍ତର କେନ୍ଦ୍ରୀୟ ମୁମ୍ବାଇ ଲୋକସଭା ନିର୍ବାଚନମଣ୍ଡଳୀରୁ ମନୋନୀତ କରାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ କଂଗ୍ରେସ ଆପଣେଇଛି ନୂଆ ରଣନୀତି ।

ଗୋବିନ୍ଦାଙ୍କ ନାମ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଲୋଚନା ହେବା ପରେ ଏବେ କଂଗ୍ରେସ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ବଲିଉଡ ଅଭିନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଯୋଜନା କରିଛି । ଅଭିନେତ୍ରୀ ସ୍ୱରା ଭାସ୍କର ଗୋବିନ୍ଦାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରି ପାରନ୍ତି । ସ୍ୱରା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।

Advertisement

ସୂଚନାନୁସାରେ, କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ସ୍ୱରା ଭାସ୍କରଙ୍କୁ ସମର୍ଥନ କରିଛନ୍ତି । ଆଉ ଚର୍ଚ୍ଚା ଏଥିପାଇଁ ଧରିଛି କି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ତାଙ୍କୁ ଦେଖିବାକୁ ମିଳିଥିଲା । ସ୍ୱରା ଭାସ୍କରଙ୍କୁ ଅନେକ ସମୟରେ ରାଜନୀତିକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି । ସ୍ୱରା ବର୍ତ୍ତମାନ କଂଗ୍ରେସରେ ସାମିଲ ହେବେ ବୋଲି ସୂତ୍ରରୁ ଜଣାପଡିଛି

Leave a Reply

Your email address will not be published. Required fields are marked *