Pratidin TV

Odisha's Digital News Platform

ଆଇପିଏଲ ମହାସମର : ଟସ୍ ଜିତି ବୋଲିଂ କରୁଛି ପଞ୍ଜାବ ..

1 min read

ଆରମ୍ଭ ହୋଇସାରିଛି ଆଇପିଏଲ ମହାସମର । ଆଜି ଦ୍ୱିତୀୟ ମ୍ୟାଚରେ ମୁହଁମୁହିଂ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ । ଆରମ୍ଭ ହୋଇ ସାରିଛି ଏହି ମ୍ୟାଚ । ଚଣ୍ଡିଗଡ଼ର ମହାରାଜା ୟଦବିନ୍ଦର ସିଂ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ ରେ ଖେଳାଯାଉଛି ଏହି ମ୍ୟାଚ । ପଞ୍ଜାବ କିଙ୍ଗସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ଏହି ମ୍ୟାଚରେ ଦୁଇ ଦଲ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଉଭୟ ଦଳ ପ୍ରଥମ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ ।

ତେବେ ଆଜି ସମସ୍ତଙ୍କର ନଜର ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଋଷଭ ପନ୍ତଙ୍କ ଉପରେ । ଦୀର୍ଘ ୧୫ ମାସ ପରେ ସେ ପଡିଆକୁ ଓହ୍ଲାଇଛନ୍ତି । ଆଜି ଆଇପିଏଲ ମ୍ୟାଚରେ କମାଲ ଦେଖାଇବେ ବୋଲି କ୍ରିକେଟ ପ୍ରେମୀ ମାନେ ଆଶା ରଖିଛନ୍ତି । ଏହି ମ୍ୟାଚ ବେଶ ରୋମାଞ୍ଚକର ରହିବ

ଏହି ମ୍ୟାଚ ଦେଖିବାକୁ ଦର୍ଶକ ମାନେ ବେଶ୍ ଉତ୍ସାହିତ ରହିଛନ୍ତି । ତେବେ ଜୟ ପରାଜୟରେ ଉଭୟଙ୍କ ରେକର୍ଡ ପୁରା ସମାନ ରହିଛି । ଦୁଇ ଦଲ ଗତ ଆଇପିଏଲରେ ୩୨ ଟି ମ୍ୟାଚ ଖେଳିଛନ୍ତି । ସେଥିରୁ ଦିଲ୍ଲୀ ୧୬ ଏବଂ ପଞ୍ଜାବ ୧୬ ଥର ବିଜୟୀ ହୋଇଛନ୍ତି । ଗତ ସିଜିନ୍ ରେ ଶେଷଥର ଦୁଇଦଳ ଭେଟିଥିବା ମ୍ୟାଚରେ ଦିଲ୍ଲୀ ୧୫ ରନରେ ଜିତିଥିଲା । ଆଜିର ଦ୍ୱିତୀୟ ମ୍ୟାଚ ରାତି ୭ଟା୩୦ରେ କୋଲକାତା ନାଇଟ୍ ରାଇଡର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *