ଭାରତୀୟ କ୍ରିକେଟ ଟିମ୍କୁ ବଡ ଝଟ୍କା
1 min readନୂଆଦିଲ୍ଲୀ : ନିକଟରେ ଏସିଆ କପ୍ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ , ଭାରତକୁ ମିଳଛିି ବଡ ଝଟ୍କା । ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାହୁଲଙ୍କ କରୋନା ରିପୋର୍ଟ ନେଗେଟିଭ୍ ନ ଆସିବା ଯାଏ ସେ କୌଣସି ଜାଗାକୁ ଯାଇପାରିବେ ନାହିଁ ବୋଲି କହିଛନ୍ତି ରାହୁଲଙ୍କ ଡାକ୍ତର । ଏହା ଏବେ ଭାରତୀୟ ଟିମ୍ ପାଇଁ ଏକ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ତେବେ ଭାରତ ପାକିସ୍ଥାନ ବିରୁଦ୍ଧରେ ଏହି ମ୍ୟାଚ୍ ଟିକୁ ଖେଳିବ । ଏସିଆ କପ୍ର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୮ ରେ ଖେଳାଯିବ । ଏହାଭାରତୀୟ ସମୟାନୁସାରେ ୭.୩୦ରେ ଆରମ୍ଭ ହେବ ।ଏନେଇ ଭାରତୀୟ କ୍ରିକେଟ ଟିମ୍ ୨୩ ତାରିଖ ଦିନହିଁ ଏହି ମ୍ୟାଚ୍ ପାଇଁ ୟୁଏଇ ଅଭିମୁଖେ ଯାତ୍ରା କରିବ । ତେବେ ରାହୁଲଙ୍କ ପରିବର୍ତ୍ତେ ଏଥର ଭିଭିଏସ ଲକ୍ଷ୍ମଣ ଟିମ୍ ସହ ଦୁବାଇ ଯିବେ ବୋଲି ସୁଚନା ମିଳିଛି ।