Pratidin TV

Odisha's Digital News Platform

ବୈଜ୍ଞାନିକ କରିଦେଲେ ଚମତ୍କାର , ଏବେ ଇନସୁଲିନ୍ କ୍ଷୀର ଦେବ ଗାଈ!

1 min read

ହିନ୍ଦୁ ମାନେ ଗାଈକୁ ଦେବୀ ଭାବରେ ପୂଜାକରନ୍ତି । ଏବଂ ନିଜର ଆରାଧ୍ୟ ବୋଲି ମାନନ୍ତି । ଆଜି ସେହି ଗୋମାତାର କ୍ଷୀର ମାନବ ସମାଜ ପାଇଁ ବରଦାନ ପାଲଟିଛି । ବର୍ତ୍ତମାନ ଏହା ଭୟଙ୍କର ରୋଗ ସହ ଲଢ଼ିବାକୁ ସକ୍ଷମ । ବୈଜ୍ଞାନିକମାନେ ଏହି ବିଷୟରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି । ପ୍ରକୃତରେ, ଜିନ୍ ପରିବର୍ତ୍ତନ କରି ବୈଜ୍ଞାନିକମାନେ ଏପରି ଏକ ଗାଈ ସୃଷ୍ଟି କରିଛନ୍ତି ଯାହାର କ୍ଷୀର ଇନ୍ସୁଲିନ ରେ ପରିପୂର୍ଣ୍ଣ ହେବ । ଏବଂ ଡାଇବେଟିସ ରୋଗୀ ମାନଙ୍କୁ ଏହି ରୋଗ ସହ ଲଢେଇ କରିବାରେ ସହାୟକ ହେବ ।ବ୍ରାଜିଲରେ ପ୍ରଥମ ଟ୍ରାନ୍ସଜେନିକ ଗାଈ ଇନ୍ସୁଲିନ ବାଲା କ୍ଷୀର ଦେବାର ସକ୍ଷମ ହୋଇସାରିଛି ।

ବାସ୍ତବରେ ପଶୁ ବୈଜ୍ଞାନିକ ମ୍ୟାଟ୍ ହ୍ୱିଲର୍ ଆମେରିକାର ଇଲିନୋଇସ୍ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ କରୁଥିଲେ । ସେ ଗାଈର ଜିନ ପରିବର୍ତ୍ତନ କରି ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର କରିଛନ୍ତି । ମ୍ୟାଟ୍ ହ୍ୱିଲର୍ କହିଛନ୍ତି ଯେ ଗୋମାତାର କ୍ଷୀର ପ୍ରକୃତରେ ଏକ ପ୍ରୋଟିନ୍ କାରଖାନା । ଆମେ ଏହାର ଫାଇଦା ଉଠାଇ ଏହି ପ୍ରୋଟିନକୁ ଏପରି ଢଙ୍ଗରେ ପ୍ରସ୍ତୁତ କରିଛୁ , ଯାହା ବିଶ୍ୱର ହଜାର ହଜାର ଲୋକଙ୍କ କୌଣସି ବରଦାନ ଠାରୁ କମ ନୁହେଁ । ମ୍ୟାଟ୍ ହ୍ୱିଲଙ୍ର୍କ ନେତୃତ୍ୱରେ ଗାଈର ଜିନ୍ ରୂପାନ୍ତରିତ କରାଯାଇଛି । ବର୍ତ୍ତମାନ ଅନେକ ରୋଗୀ ଅଛନ୍ତି ଯେଉଁମାନେ ପ୍ରତିଦିନ ଇନସୁଲିନ୍ ଆବଶ୍ୟକ କରନ୍ତି । ଏହି ଇନସୁଲିନ୍ ଜେନେଟିକ୍ ରୂପାନ୍ତରିତ ଜୀବାଣୁରୁ ତିଆରି ଯାହା ମଧ୍ୟ ମହଙ୍ଗା ଅଟେ । କିନ୍ତୁ ଯଦି ଏହା ସିଧାସଳଖ କ୍ଷୀରରୁ ଉପଲବ୍ଧ ହେବ ତେବେ ଲକ୍ଷ ଲକ୍ଷ ଲୋକ ଏଥିରୁ ଉପକୃତ ହେବେ ।

Advertisement

Leave a Reply

Your email address will not be published. Required fields are marked *