Pratidin TV

Odisha's Digital News Platform

ମୈଦାନରେ ‘ୱେଲକମ୍ ବ୍ୟାକ୍ ରିଷଭ’ କହି ଉତ୍ସାହ ସହ ସ୍ୱାଗତ କଲେ ଦର୍ଶକ

1 min read

IPL ୨୦୨୪ ୨ୟ ମ୍ୟାଚରେ ଗତ କାଲି ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ (DC) ଓ ପଞ୍ଜାବ କିଙ୍ଗସ (PBKS) | ଏବଂ ଦେଢ଼ ବର୍ଷ ପରେ ଖେଳାଳିଙ୍କ ହୋଇଛି ଆଗମନ | ଦର୍ଶକ ଦେଖି ହୋଇଛନ୍ତି ଖୁସି | ଦୀର୍ଘ ୧୫ ମାସ ପରେ ମୈଦାନକୁ ଓହ୍ଲାଇଛନ୍ତି ଋଷଭ ପନ୍ତ ।

ତେବେ ଗତ ବର୍ଷ ଭୟଙ୍କର ଦୁର୍ଘଟଣାରେ ତାଙ୍କର ଡାହାଣ ଆଣ୍ଠୁ ଲିଗାମେଣ୍ଟର ଅପରେସନ ସମେତ ଏକାଧିକ ସ୍ଥାନରେ ଆଘାତ ଲାଗିଥିଲା | ଏହାପରେ ସେ କ୍ରିକେଟରୁ ଦୁରେଇ ଯାଇଥିଲେ | କିନ୍ତୁ ୧୫ ମାସ ପରେ ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟକ ଋଷଭ ପନ୍ତ ଆଜି ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିବା ମାତ୍ରେ ଦର୍ଶକମାନେ ଛିଡ଼ା ହୋଇ କର ତାଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ଏହା ଋଷଭ ପନ୍ତଙ୍କ ପାଇଁ ଥିଲା ଭାବବହୁଳ ମୁହୂର୍ତ୍ତ | ତେବେ ଦିଲ୍ଲୀ ଟିମ୍ କ୍ୟାପଟେନ୍ ତଥା ୱିକେଟକିପର ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ବେଳେ ‘ୱେଲକମ୍ ବ୍ୟାକ୍ ରିଷଭ’ ବୋଲି ଦର୍ଶକ ଗ୍ୟାଲେରିରେ ଚିତ୍କାର କରିଥିଲେ।

Advertisement

ଦିଲ୍ଲୀ କ୍ୟାପିଟାଲ୍‌ସ (DC)ର ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଋଷଭ ପନ୍ତ ୧୩ଟି ବଲ୍‌ରୁ ୧୮ ରନ୍ କରିଥିଲେ। ତା’ ମଧ୍ୟରେ ୨ଟି ଚୌକା ଥିଲା। ହର୍ଷଲ ପଟେଲଙ୍କ ବଲ୍‌ରେ ଜନ୍ନୀ ବେୟାରଷ୍ଟୋଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ପନ୍ତ। ତେବେ ଦିଲ୍ଲୀ କ୍ୟାପିଟାଲ (DC) ସହ ପଞ୍ଜାବ କିଙ୍ଗସ (PBKS) ମ୍ୟାଚରେ ୪ ୱିକେଟରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ।

Leave a Reply

Your email address will not be published. Required fields are marked *