IIT ଛାତ୍ରଙ୍କ ଲିଙ୍କଡିନରେ ଖୋଲା ଲେଟରପୋଷ୍ଟ…..ISIS ରେ ଯୋଗଦେବାର ଅଛି ଇଚ୍ଛା !
1 min readଆସାମରେ ଜଣେ IIT ଛାତ୍ରଙ୍କୁ ଅଟକ ରଖିଛି ପୋଲିସ | IIT ଗୁହାଟୀ ଛାତ୍ରଙ୍କର ISIS ଲିଙ୍କ୍ ସନ୍ଦେହରେ ତାଙ୍କୁ ରଖା ଯାଇଛି ଅଟକ | ଛାତ୍ର ଜଣକ ୪ର୍ଥ ବର୍ଷର ବାୟୋଟେକ୍ନୋଲୋଜି ବିଭାଗରେ ପଢୁଥିଲେ | ଛାତ୍ର ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଇମେଲରେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବା କଥା ପୋଷ୍ଟ କରିଥିଲେ | ଯାହାପରେ ପୋଲିସ ଖୋଜି ତାକୁ ଅଟକ ରଖିଛି |
ତେବେ ଏପରି ଖୋଲା ଲେଟର କେହି ପୋଷ୍ଟ କରି ଛାତ୍ର ଜଣକ ଆଇଆଇଟି-ଗୁଆହାଟି କ୍ୟାମ୍ପସରୁ ନିଖୋଜ ହୋଇଯାଇଥିଲେ | ପୋଲିସ କହିବାନୁସାରେ, ଦିଲ୍ଲୀରେ ଏହି ଛାତ୍ରୀ ଜଣକ ଲିଙ୍କଡିନ ମାଧ୍ୟମରେ ନୋଟ ଲେଖି ଆତଙ୍କବାଦୀ ସଙ୍ଗଠନରେ ଯୋଗଦେବା ଚାହିଁବା କଥା ପୋଷ୍ଟ କରିଥିଲେ | ନିଖୋଜ ଥିବା ଛାତ୍ରଙ୍କୁ ପୋଲିସ ଗୁହାଟୀଠାରୁ ପ୍ରାୟ ୩0 କିଲୋମିଟର ଦୂରରେ ଆସାମର କାମ୍ରୁପ ଜିଲ୍ଲା ହାଜୋରୁ ଠାବ କରିଥିଲା ।
ଏହିଭଳି ଖୋଲା ନୋଟ ଲେଖି ଦେବା ପରେ ଛାତ୍ରଙ୍କ ଉପରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଥିଲା। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଇମେଲ ପାଇବା ପରେ ପୋଲିସ ଟିମ ଖବରର ସତ୍ୟତା ବିଷୟରେ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିଲା | ପରେ ଛାତ୍ରଙ୍କର ହଷ୍ଟେଲ ଯାଇ ଛାନଭିନ କରିଥିଲା | ତାଙ୍କ ହଷ୍ଟେଲ ରୁମରୁ ISIS ପତାକା ମିଳିବା ସହ ଏକ ଇସଲାମିକ ହସ୍ତପୁସ୍ତକ ସଦୃଶ ଏକ କଳା ପତାକା ଜବତ କରାଯାଇଥିବା ସୂତ୍ରରୁ ଜଣାପଡିଛି।
ଛାତ୍ରଙ୍କ ବିଷୟରେ ଅଧିକ ଜାଣିବା ପାଇଁ ପଚାରିବାରୁ ଜଣାପଡିଥିଲା ଛାତ୍ର ଜଣକ ହଷ୍ଟେଲରେ ଏକ ରୁମରେ ରହୁଥିଲେ | ଏବଂ ତାଙ୍କର କେହି ସାଙ୍ଗ ମଧ୍ୟ ନଥିଲେ | ବର୍ତ୍ତମାନ ଛାତ୍ର ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ | ଛାତ୍ରଙ୍କର ବୟାନ ଅନୁସାରେ ଯାଞ୍ଚ ଅଧିକ ଆଗକୁ ବଢ଼ାଇବେ ବୋଲି ପୋଲିସ କହିଛି |