Pratidin TV

Odisha's Digital News Platform

ଡିଜେ ବାଜିବାକୁ ନେଇ ମହାଭାରତ, ଆକ୍ରମଣର ଶିକାର ହେଲେ ଦମ୍ପତି

ମେଲଣ ପାଇଁ ଆସିଥିଲା ଡିଜେ, ଡିଜେ ବନ୍ଦ କରିବାରୁ ନିର୍ଧୁମ ଛେଚିଲେ ଯୁବକ। ଡିଜେକୁ ନେଇ ଅନେକ ସମୟରେ ଏମିତି ଘଟଣା ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ଏକ ଏମିତି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ସାବରଙ୍ଗ ଥାନା ଅନ୍ତର୍ଗତ ବାରିକଛକ ହନୁମାନ ମନ୍ଦିର ନିକଟରେ ଗତକାଲି ହୋଲି ମେଳଣ ପାଇଁ ଡିଜେ ଆସିଥିଲା, ରାତି ୧୧:୩୦ ପରେ ଡିଜେ ବନ୍ଦ ହେବାକୁ ନେଇ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଝଗଡା ଲାଗୁଥିଲା | ସେହି ଗ୍ରାମର ଅକ୍ଷୟ କୁମାର ବାରିକଙ୍କ ସମେତ ସ୍ଥାନୀୟ ଯୁବକ ମାନେ ମିଶି ଡିଜେ ଆଣିଥିଲେ, ଡିଜେ ବାଜିବା ପାଇଁ ପରିମିସନ ସମୟ ପଳାଇ ଯିବାରୁ ଅକ୍ଷୟ ବାରିକ ଡିଜେ ବନ୍ଦ କରି ବିଦା କରିଥିଲେ |

ଡିଜେ ବନ୍ଦ କରିବା ନେଇ ସ୍ଥାନୀୟ ଯୁବକ ମଦ୍ୟପ ଅବସ୍ଥାରେ ଅକ୍ଷୟଙ୍କୁ ଗାଳି ଗୁଲଜ କରିବା ସହ ମାରିଥିଲେ, ଏହାକୁ ଦେଖି ତାଙ୍କ ପତ୍ନୀ ଆସି ଅଟକାଇବାରୁ ତାଙ୍କୁ ମଧ୍ୟ ବଢ଼େଇ ଥିଲେ ଫଳରେ ଗୁରୁତର ହୋଇ ଭଦ୍ରକ ଚିକିତ୍ସଳୟରେ ଚିକିତ୍ସିତ ହେଉଛନ୍ତି ସ୍ତ୍ରୀ ସୁଭସ୍ମିତା। ଏ ନେଇ ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ସହ ସମ୍ପୃକ୍ତ ଯୁବକ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ପୋଲିସ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Leave a Reply

Your email address will not be published. Required fields are marked *