Pratidin TV

Odisha's Digital News Platform

ନୂଆଦିଲ୍ଲୀ : ବଲିଉଡର ମହାନାୟକ ତଥା ବିଗ୍ ବି ଅମିତାଭ ବଚ୍ଚନ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ତାଙ୍କ ଟେଷ୍ଟ ରୋପୋର୍ଟ ମଙ୍ଗଳବାର ରାତିରେ ପଜେଟିଭ ଆସିଥିବ ନେଇ ସେ ନିଜେ ଟ୍ୱିଟ୍ ଜରିଆରେ କହିଛନ୍ତି । ଏନେଇ ସେ କହିଛନ୍ତି ଯେ ଯିଏ କେହିବି ଗତ କିଛି ଦିନ ଭିତରେ ମୋ ସଂସ୍ପର୍ଶରେ ଆସିଛନ୍ତି ବା ମୋ ସହ ଜଡିତ ଅଛନ୍ତି । ସେମାନେ ତୁରନ୍ତ ଯାଇ ନିଜର କରୋନା ଟେଷ୍ଟ କରେଇନିଅନ୍ତୁ ।


ବିଗ୍ ବି ପ୍ରଥମେ ୨୦୨୦ରେ କରୋନା ଆକ୍ରାନ୍ତ ହେବାସହ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କ ସମ୍ପୂର୍ଣ୍ଣ ପରିବାର ମଧ୍ୟ କରୋନା ପଜେଟିଭ୍ ବାହାରିଥିଲେ । କିନ୍ତୁ ବିଗ୍ ବିଙ୍କ ସ୍ୱାସ୍ଥ ଅବସ୍ଥା ଟିକେ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲ ପଠାଯାଇଥିବା ବେଳେ ପରିବାର ଲୋକେ ହୋମ ଆଇସୋଲେସନରେ ରହୁଥିଲେ ।

Advertisement

Leave a Reply

Your email address will not be published. Required fields are marked *