Pratidin TV

Odisha's Digital News Platform

ତିହାର ଜେଲରୁ ସରକାର ଚଳାଇଲେ କେଜ୍ରିୱାଲ , ଦେଲେ ଜଳ ସମସ୍ୟା ଉପରେ ନିର୍ଦ୍ଦେଶ ..

1 min read

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍ ରେ ଅଛନ୍ତି । ଏବେ ଜେଲ୍ ରେ ରହି ସରକାର ଚଲାଉଛନ୍ତି କେଜ୍ରିୱାଲ । ଜେଲ୍ ଭିତରେ ରହି ପ୍ରଥମ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେଜ୍ରିୱାଲ ଏକ୍ସାଇଜ୍ ପଲିସି ସ୍କାମରେ ଏନଫୋସମେଣ୍ଟ ନିର୍ଦ୍ଦେଶାଳୟ ଜେଲରେ ଅଛନ୍ତି । ତେବେ ଜେଲ୍ ଭିତରେ ରହିବି ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ସମ୍ପାଦନ କରିଛନ୍ତି କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜଳ ମନ୍ତ୍ରଣାଳୟ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, କେଜ୍ରିୱାଲ ଇଡି ହେପାଜତରେ ଥାଇ ଜଳ ମନ୍ତ୍ରଣାଳୟକୁ ଏକ ନିର୍ଦ୍ଦେଶନାମା ପଠାଇଛନ୍ତି । ସେ ଏକ ଲେଖା ମାଧ୍ୟମନରେ ଦିଲ୍ଲୀବାସୀଙ୍କ ଜଳ ସମସ୍ୟାର ସମାଧାନ କରିବାକୁ ମନ୍ତ୍ରଣାଳୟକୁ ଆଦେଶ ଦେଇଛନ୍ତି । ଖରାଦିନ ଆସୁଛି, ଯେପରି କେହି ବି ପାଣି ଅଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଅଧିକ ଟ୍ୟାଙ୍କର ବିନିଯୋଗ କରିବାକୁ କହିଛନ୍ତି କେଜ୍ରିୱାଲ । ଏଏପି ନେତା ତଥଆ ଦିଲ୍ଲୀ ଜଳ ମନ୍ତ୍ରୀ ଆତିଶି ମାର୍ଲେନା ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଆଦେଶ ପଢିଛନ୍ତି । ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟି ଦିଲ୍ଲୀର ସମସ୍ତ ବିଧାସଭା ନିର୍ବାଚନମଣ୍ଡଳୀରେ ସିଏମ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରୁଛି । ଆଇଟିଓ ଫୁଟଓଭର ବ୍ରିଜରେ ଏଏପି ମହିଳା କର୍ମୀମାନେ ବିରୋଧ କରିଥିଲେ ।

Advertisement

ଏହି ବିକ୍ଷୋଭକାରୀମାନେ ମେଁ ଭି କେଜ୍ରିୱାଲ ବ୍ୟାନରକୁ ଟଙ୍ଗାଇ କେଜ୍ରିୱାଲଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ । ତେବେ ପୋଲିସ ସେମାନଙ୍କୁ ତୁରନ୍ତ ସେଠାରୁ ହଟାଇ ଦେଇଥିଲେ । ତେବେ କେଜ୍ରିୱାଲଙ୍କ ନିର୍ଦ୍ଦେଶ ଜାରୀ ପରେ ଆତିଶି କହିଛନ୍ତି ଜେଲରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ପ୍ରତି ଚିନ୍ତା ରହିଛି । ତେଣୁ ସେ ଜେଲରେ ରହି ନିର୍ଦ୍ଦେଶ ଜାରି କରି ସରକାର ଚଲାଉଛନ୍ତି । ସୂଚନାଯୋଗ୍ୟଯେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ । ଇଡି ତାଙ୍କୁ ୭ ଦିନିଆ ନ୍ୟାୟିକ ହେପାଜତକୁ ନେଇଛି । ସେ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ସେ ଇଡି ହେପାଜତରେ ରହିବେ । ଭାରତୀୟ ରାଜନୀତି ଇତିହାସରେ ଏହା ପ୍ରଥମ ଥର , କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହୋଇଛନ୍ତି କେଜ୍ରିୱାଲ । ଗିରଫ ପରେ ମଧ୍ୟ ସେ ନିଜ ପଦରୁ ଇସ୍ତଫା ଦେଇନାହାନ୍ତି । ଇସ୍ତଫା ନ ଦେଇ ଜେଲରୁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *