Pratidin TV

Odisha's Digital News Platform

ଅକ୍ଷୟଙ୍କ ସହ ହୋଲି ପ୍ରାଙ୍କ୍ ଟାଇଗରକୁ ପଡିଲା ମହଙ୍ଗା , ନିଜ ଉପରେ ପଲଟାଇଲେ ବାଲ୍ଟି ।

1 min read

ରଙ୍ଗ, ମସ୍ତି ମଜାକର ପର୍ବ ହୋଲି । ନିଜର ଲୋକଙ୍କୁ ରଙ୍ଗରେ ରଙ୍ଗୀନ କରେଇବା ପାଇଁ ବର୍ଷୁଟିଏ ପୂର୍ବରୁ ଅପେକ୍ଷା କରିଥାନ୍ତି ଲୋକେ । ତେବେ ଏହି ଦିନରେ ଅଧିକ ଲୋକଙ୍କ ସହ ପ୍ରାଙ୍କ୍ ବା ମଜାକ୍ କରିଥାନ୍ତି କିନ୍ତୁ କିଛି କ୍ଷେତ୍ରରେ ଏହି ପ୍ରାଙ୍କ୍ ନିଜକୁ ହିଁ ଭାରିପଡିଯାଏ । ନିକଟରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ମଧ୍ୟରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ଆଜି ସାରା ଦେଶରେ ହୋଲି ପାଳନ କରାଯାଉଛି। ସୋସିଆଲ ମିଡିଆରେ ଲୋକମାନେ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି ।
ଏହି ସମୟରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ମଧ୍ୟ ସେମାନଙ୍କ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି, କିନ୍ତୁ ଟିକିଏ ଭିନ୍ନ ଢଙ୍ଗରେ। ପ୍ରଶଂସକମାନେ ଏହି ଭିଡିଓକୁ ପ୍ରକୃତରେ ପସନ୍ଦ କରୁଛନ୍ତି । ସାନ ମିଆଁ ଏବଂ ବଡ ମିଆଁ ମଜା କରୁଥିବା ଦେଖାଯାଉଛି ।

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ଖୁବ୍ ଶୀଘ୍ର ସେମାନଙ୍କ ଚଳଚ୍ଚିତ୍ର ଛୋଟ୍ ମିୟାନ୍ ବଡେ ମିୟାନ୍ ରେ ନଜର ଆସିବେ । ଏହି ଯୋଡି ପ୍ରଥମ ଥର ପରଦାରେ ଦେଖାଯିବ । ଏଭଳି ପରିସ୍ଥିତିରେ ଏହି ତାରକାମାନେ ଫିଲ୍ମର ପ୍ରମୋସନ୍ ପାଇଁ କୋଣସି ସୁଯୋଗ ଛାଡୁ ନାହାଁନ୍ତି। ପ୍ରତ୍ୟେକ ଥର ସେ ଏକ ଭିନ୍ନ ଶୈଳୀରେ ପ୍ରମୋଶନ କରୁଥିବା ଦେଖାଯାଏ । ହୋଲିରେ ମଧ୍ୟ ସମାନ ଘଟଣା ଘଟିଥିଲା । ଉଭୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେମାନେ ହୋଲି ଖେଳୁଥିବାର ନଜର ଆସିଛନ୍ତି। ଭିଡିଓରେ ଅକ୍ଷୟ ତାଙ୍କ ଘରୁ ଏକ ନଡ଼ିଆ ଧରି ବାହାରକୁ ଆସୁଥିବା ଦେଖିବାକୁ ମିଳିଛି । ସେ ଘରର ମୁଖ୍ୟ ଫାଟକରେ ପହଞ୍ଚିବା ମାତ୍ରେ ଛୋଟ ମିୟା ଅର୍ଥାତ୍ ଟାଇଗର ରଙ୍ଗୀନ ପାଣି ନେଇ ବାହାରେ ଠିଆ ହୋଇଛନ୍ତି । କିନ୍ତୁ ଏହାକୁ ଫପାଡିବା ପୂର୍ବରୁ ଅକ୍ଷୟ କୁମାରଙ୍କ ହାତରେ ଥିବା ଜିନିଷ ଦେଖିବା ପରେ ଟାଇଗର ଭୟଭୀତ ହୋଇ ନିଜ ଉପରେ ସେ ରଙ୍ଗୀନ୍ ବାଲଟି ପାଣି ଢାଳି ଦେଇଛନ୍ତି । ଏହି ଭିଡିଓକୁ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି ଯେ – ଖରାପ ଭାବନ୍ତୁ ନାହିଁ, #HappyHoli ।

Advertisement

ଏହି ଦିନ ଫିଲ୍ମ ମୁକ୍ତିଲାଭ କରିବ-
ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ବ୍ୟତୀତ ପ୍ରୀତିରାଜ ସୁକୁମାରନ୍, ମନୁଶି ଚିଲାର, ସୋନାକ୍ଷୀ ସିହ୍ନା ଏବଂ ଆଲାୟା ଏଫ୍ ମଧ୍ୟ ‘ବଡେ ମିୟାନ୍ ଛୋଟ୍ ମିୟାନ୍’ରେ ଦେଖିବାକୁ ମିଳିବ। ଏହା ସହିତ ଏହି ଚଳଚ୍ଚିତ୍ର ତେଲୁଗୁ, ତାମିଲ, କନ୍ନଡ, ହିନ୍ଦୀ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ୧୦ ଏପ୍ରିଲରେ ମୁକ୍ତିଲାଭ କରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *