Pratidin TV

Odisha's Digital News Platform

ସ୍ୱପ୍ନ ଦେଖାଇ ଖାରବେଳଙ୍କୁ ଠକିଦେଲା bjp , ଏବେ ଲଢିବେ ଏହି ପାର୍ଟିରୁ ।

1 min read

ଭୁବନେଶ୍ୱର ; ଭାଙ୍ଗିଲା ବିଜେପି ସାଂସଦ ଖାରବେଳ ସ୍ୱାଇଂଙ୍କ ସ୍ୱପ୍ନ । ବିଜେପି ଦେଲାନି ଟିକେଟ୍ ଖାରବେଳଙ୍କ ବଦଳରେ ପ୍ରତାପ ଷଡଙ୍ଗୀଙ୍କୁ ଦିଆଗଲା ଟିକେଟ୍ । ଏହାପରେ ନିଜ ପ୍ରତିକ୍ରିୟା ରଖି ଖାରବେଳ କହିଛନ୍ତି ଯେ ସେ ଲୋକସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବି। ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ବିଜେପି ଟିକେଟ ମିଳିବା ପରେ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ।

ଖାରବେଳ ଆହୁରି ମଧ୍ୟ କହିଛନ୍ତି, ସେ ସ୍ୱାଧୀନ ଭାବେ ଲଢ଼ିବେ ଓ ଜିତିଲେ ବିଜେପିରେ ଯୋଗଦେବେ। ଗତଥର କନ୍ଧମାଳରୁ ଲଢ଼ିଥିଲେ, ହେଲେ ଏଥର ବାଲେଶ୍ୱରରୁ ଲଢ଼ିବାକୁ ବିଜେପି ନେତୃବୃନ୍ଦଙ୍କୁ କହିଥିଲେ ବି ତାଙ୍କୁ ଟିକଟ୍ ମିଳିନଥିବାରୁ ସେ ସ୍ୱାଧୀନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବିଜେପି ଛାଡ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି ଖାରବେଳ।

Advertisement

Leave a Reply

Your email address will not be published. Required fields are marked *