Pratidin TV

Odisha's Digital News Platform

ହୋଲି ! ରଙ୍ଗର ପର୍ବ, ପ୍ରେମର ପର୍ବ , ଗାଁଠୁ ସହର, ଫଗୁ ଫଗୁଣର ଆସର… ହୋଲି ଖେଳି ଖୁସି ମନାଉଛନ୍ତି ସମସ୍ତେ..

1 min read

ହୋଲି ! ରଙ୍ଗର ପର୍ବ, ପ୍ରେମର ପର୍ବ । ଅନ୍ୟକୁ ଫଗୁ ଅବିର ମାରି ଶୁଭେଚ୍ଛା ଆଉ ସ୍ନେହ ଜଣାଇବାର ମହାର୍ଘ ମହୋତ୍ସବ । ରଙ୍ଗ ରାଧାକୃଷ୍ଣ ଖେଳନ୍ତି, ଗୋପିମାନେ ବୋଳି ହୁଅନ୍ତି । ଆଉ ସେହି ପରମ୍ପରାକୁ ମନେ ପକାଇ ସମସ୍ତେ ପାଳନ୍ତି ରଙ୍ଗର ପର୍ବ ।ହୋଲି ପାଇଁ ଆଜି ସାରା ଦୁନିଆ ରଙ୍ଗୀନ । ସାତ ରଙ୍ଗରେ ରଙ୍ଗାୟିତ ସବୁ ସହର, ସବୁ ଗାଁ । ଦୋଳରେ ଠାକୁର, ଧରାରେ ମଣିଷ, ସମସ୍ତେ ଆଜି ରଂଗ ମନସ୍କ । ଅବିର ଛୁଇଁଯାଇଛି ମନକୁ, ପ୍ରାଣକୁ, ହୃଦୟକୁ ।

ଫଗୁ, ଅବିର, ପିଚକାରୀ ଭିତରେ କିଛି ଘଂଟା ପାଇଁ ଆଜି ନିଜକୁ ଭୁଲିଯିବା ପାଇଁ ସଭିଏଁ ପ୍ରସ୍ତୁତ ।କାଶ୍ମୀରରୁ କନ୍ୟାକୁମାରୀ, ପଂଜାବରୁ ପଶ୍ଚିମବଂଗ, ଓଡିଶାରୁ ଉତ୍ତରପ୍ରଦେଶ ସବୁଠି ଆଜି ପସରା ମେଲିଛି ରଙ୍ଗ । ରଙ୍ଗ, ଯାହା ଧୋଇଦେବ ସବୁ ବିଦ୍ୱେଷ, ଆବିଳତା ସଫା କରିଦେବ ସବୁ ଘୃଣା ଆଉ ହିଂସା ଭାବ । ସୃଷ୍ଟି କରିବ କେବଳ ପ୍ରେମ ବନ୍ଧୁତା, ଭାଇଚାରା । ସାତରଙ୍ଗରେ ରଙ୍ଗେଇ ହେଉଛନ୍ତି ରାଜ୍ୟବାସୀ । ସାରା ଓଡିଶା ପାଳୁଛି ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇବା ସହ ମିଠା ଖୁଆଇ କରୁଛନ୍ତି ହୋଲି ସେଲିବ୍ରେସନ । ଗୀତର ତାଳେ ତାଳେ ସମସ୍ତେ ମସଗୁଲ ହେଉଛନ୍ତି ।

Advertisement

ହୋଲିରେ ରଙ୍ଗ ଲଗାଇବାର ଏକ ମଜାଳିଆ ଅନୁଭୂତି । ନାଲି ସବୁଜ ରଙ୍ଗରେ ଅନ୍ୟକୁ ରଙ୍ଗେଇ ଦେବାର ଅବସର । ବର୍ଷକୁ ଥରେ ଆସେ ଏହି ଦିନ, ତେଣୁ ସମସ୍ତେ ସାମିଲ ହୋଇ କରନ୍ତି ହୋଲି ସେଲିବ୍ରେସନ । ଫଗୁ ସମସ୍ତଙ୍କୁ ପ୍ରେମରେ ବାନ୍ଧି ଦିଏ, ରଙ୍ଗ ସମସ୍ତଙ୍କୁ ମିଶାଇ ଦିଏ, ଏକାଠି କରିଦିଏ । ରାଜଧାନୀ ସହିତ ସାରା ରାଜ୍ୟରେ ରଙ୍ଗରେ ରଙ୍ଗେଇ ହେଉଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *