Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ଖୋଲିଗଲା ନେତାଙ୍କ ଗୁମର , ଟଙ୍କା ବିଛଣାରେ ଶୋଇ ଉଠାଇଲେ ଫଟୋ ..

1 min read

ପାଖେଇ ଆସିଲାଣି । ଆଉ ଏହି ନିର୍ବାଚନରେ ଗାଦି ଜିତିବାକୁ ପ୍ରସ୍ତୁତ ହେଉଛନ୍ତି ରାଜନେତା । ଦୁର୍ନିତିଗ୍ରସ୍ତ ନେତା ନୁହେଁ ନିଜକୁ ଜନତାଙ୍କ ସେବକ ଭାବେ ପ୍ରମାଣ କରିବାକୁ ବିଭିନ୍ନ ପ୍ରକାର ଫଣ୍ଡା ଆପଣଉଛନ୍ତି ନେତା । ସ୍ୱଚ୍ଛ ନିର୍ମଲ ଭାବମୂର୍ତ୍ତିର ପ୍ରମାଣ ଦେବାରେ ଲାଗିପଡିଛନ୍ତି ନେତାମାନେ । ହେଲେ ଏହେରି ମଧ୍ୟରେ ଜଣେ ରାଜନେତାଙ୍କର ଏକ ଫଟୋ ଭାଇରଲ ହେବାରେ ଲାଗିଛି । ଯେଉଁ ଫଟୋରେ ନେତା ଜଣକ ଟଙ୍କା ଗଦାରେ ଶୋଇଥିବା ଦେଖିବାକୁ ମିଳିଛି । ତାଙ୍କ ଉପରେ ଖାଲି ୫୦୦ ଟଙ୍କିଆ ନୋଟ୍ ପଡିଛି । ଆଉ ସେହି ୫୦୦ ଟଙ୍କିଆ ନୋଟ୍ ଉପରେ ଏ ନେତା ଜଣକ ଶୋଇଛନ୍ତି ।

ତେବେ ୫୦୦ ଟଙ୍କିଆ ନୋଟ ଉପରେ ଶୋଇଥିବା ନେତା ଜଣକ ହେଲେ ଉଦଲଗିରି ଜିଲ୍ଲା ଭାଇରାଗୁରିର ଗାଁ ପରିଷଦ ବିକାଶ କମିଟି ଅଧ୍ୟକ୍ଷ ବେଞ୍ଜାମିନ ବାସୁମାତ୍ରୟ । ସେ ଟଙ୍କାରେ ବିଛଣାରେ ଶୋଇଥିବା ଦେଖିବାକୁ ମିଳିଛି । ତାଙ୍କ ବିଛଣାରେ ୫୦୦ ଟଙ୍କିଆ ନୋଟ ପଡିଥିବା ଦେଖିବାକୁ ମିଳୁଛି । ଏହି ନେତା ଜଣକ ଅନେକ ଦୁର୍ନୀତି ଅଭିଯୋଗରେ ଫସିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଗ୍ରାମୀଣ ନିଯୁକ୍ତ ଯୋଜନାରେ ସେ ହେରଫେର କରିଥିବା କୁହାଯାଇଛି । ସେ ଆବାସ ଯୋଜନା ଓ ମନରେଗା ଯୋଜନାରେ ଗିରବ ଲୋକଙ୍କୁ ସହାୟତା କରିବା ପାଇଁ ବ୍ୟାପକ ଲାଞ୍ଚ ନେଇଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଏହି ଫଟୋ ଭାଇରଲ ହେବା ପରେ ତାଙ୍କୁ ସମସ୍ତେ ସମାଲୋଚନା କରିଛନ୍ତି ।

Advertisement

ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଛନ୍ତି । ବେଞ୍ଜାମିନ କ’ଣ ୟୁପିପିଏଲର ସଦସ୍ୟ ବୋଲି ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । କାରଣ ୟୁପିପିଏଲ ସବୁବେଳେ ଦୁର୍ନୀତି ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେଇ ଚାଲିଛି । ୟୁପିପିଏଲ୍ ମୁଖ୍ୟ ତଥା ବୋଡୋଲାଣ୍ଡ ଟେରିଟେରାଲ୍ କାଉନସିଲ୍ (ବିଟିସି) ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରମୋଦ ବୋରୋ ଆଜି ସକାଳେ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି ଯେ ବେଞ୍ଜାମିନ ବାସୁମାତ୍ରୟ ଆଉ ଦଳ ସହ ଜଡିତ ନୁହଁନ୍ତି । ସେ କହିଛନ୍ତି ତାଙ୍କୁ ୨୦୨୪ ଜାନୁଆରୀ ୧୦ରୁ ସେ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ଜାନୁଆରୀ ୫ରେ ତାଙ୍କ ବିରୋଧରେ ହରିସିଂହା ବ୍ଲକ କମିଟି ପକ୍ଷରୁ ଗୋଟିଏ ଚିଠି ଆମ ପାଖକୁ ଆସିଥିଲେ । ଏହି ଚିଠି ପାଇବା ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାବାଦ ବିଟିସି ସରକାର ତାଙ୍କୁ ୧୦ ଫେବୃଆରୀରେ ଭିସିଡିସି ପଦରୁ ମଧ୍ୟ ହଟାଇ ଦେଇଛି । ତେଣୁ କେହି ବି ବେଞ୍ଜିମିନଙ୍କୁ ୟୁପିପିଏଲ ସହ ଯୋଡ଼ନ୍ତୁ ନାହିଁ । ତାଙ୍କ କାମ ପାଇଁ ସେ ହିଁ ଦାୟୀ ।

Leave a Reply

Your email address will not be published. Required fields are marked *