Pratidin TV

Odisha's Digital News Platform

କଟିଲା ବେଜିଂ ନମ୍ବର ୱାନ ହେଲା ମୁମ୍ବାଇ , ମାୟାନଗରୀ ପାଲଟିଲା ଅରବପତିଙ୍କ ଠିକଣା ..

1 min read

ପୁଣି ଥରେ ନମ୍ବର ୱାନ ହେଲା ମୁମ୍ବାଇ । ସାତ ବର୍ଷ ତଳେ ମୁମ୍ବାଇ ଯେଉଁ ସମ୍ମାନ ହରାଇଥିଲା , ପୁଣି ଥରେ ମୁମ୍ବାଇ କୁ ସେହି ସମ୍‌ମାନ ମିଳିଗଲା । ଆରବପତିଙ୍କ ସହର ଭାବେ ପୁଣି ଥରେ ମୁମ୍ବାଇ ପ୍ରଥମ ସ୍ଥାନ ହାସଲ କରିଛି । ଧନିକଙ୍କ ମାମଲାରେ ନ୍ୟୁୟର୍କ ପରେ ମୁମ୍ବାଇ ଏବେ ବିଶ୍ୱର ତୃତୀୟ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ ବେଜିଂର ୧୬୦୦ ବର୍ଗକିଲୋମିଟର ଅଞ୍ଚଳରେ ଯେତିକି ଧନୀ ରହିଛନ୍ତି ମୁମ୍ବାଇର ମାତ୍ର ୬୦୩ ବର୍ଗ ମିଟର ପରିମିତ ଅଞ୍ଚଳରେ ତା’ଠୁ ଅଧିକ ଅରବପତି ରହିଛନ୍ତି । ବିଶ୍ୱର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ଦେଖଲେ ମୁମ୍ବାଇର ସ୍ଥାନ ତୃତୀୟ ରହିଥିବା ଏହି ରିପୋର୍ଟରେ କୁହାଯାଇଛି । ସମ୍ପତ୍ତି ତାଲିକାରେ ବେଜିଂକୁ ଟପି ଯାଇଛି ମୁମ୍ବାଇ । ୧୧୯ ଅରବପତିଙ୍କ ସହିତ ଏହି ତାଲିକାର ଶୀର୍ଷରେ ରହିଛି ୟୁକେର ନ୍ୟୁୟର୍କ ସହର । ଲଣ୍ଡନ ୯୭ ଆରବପତିଙ୍କ ସହିତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୯୨ ଆରବପତିଙ୍କ ସହିତ ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି । ମୁମ୍ବାଇ ତଳକୁ ରହିଛି ଚୀନର ବେଜିଂ ସହର । ବେଜିଂରେ ଏବେ ୯୧ ଆରବପତି ରହିଛନ୍ତି । ଦୀର୍ଘ ୭ ବର୍ଷ ପରେ ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇ ତାଲିକାର ଶୀର୍ଷ ରାଜଧାନୀ ମଧ୍ୟରେ ସ୍ଥାନ ପାଇଛି । ପୂରା ବିଶ୍ୱରେ ମୁମ୍ବାଇ ତୃତୀୟରେ ଥିବା ବେଳେ ଏସିଆର ବିଲିୟନେୟାର ରାଜଧାନୀ ଭାବରେ ସ୍ଥାନ ପାଇଛି । ନୂଆଦିଲ୍ଲୀ ମଧ୍ୟ ଟପ୍ ୧୦ରେ ପ୍ରଥମଥର ପ୍ରବେଶ କରିଛି । ଖାଲି ସେତିକି ନୁହେଁ

ମୁମ୍ବାଇ ଏ ବର୍ଷ ଅର୍ବାଧିକ ଅରବପତି ସୃଷ୍ଟି କରିଛି । ଏଠାରେ ୨୬ଜଣ ନୂଆ ଅରବପତି ସୃଷ୍ଟି ହୋଇଥିବାବେଳେ ବେଜିଂରେ ୧୮ଜଣ ନୂଆ ଅରବପତି ସୃଷ୍ଟି ହୋଇଛନ୍ତି । ମୁମ୍ବାଇ ତଳକୁ ବେଜିଂ, ସାଙ୍ଘାଇ, ସେନ୍‌ଝେନ ଓ ହଂକଂ ସହର ରହିଛି । ମୁମ୍ବାଇରେ ଥିବା ସମସ୍ତ ଅରବପତିଙ୍କ ମୋଟ ସମ୍ପତ୍ତି ୪୪୫ ବିଲିୟନ ଡଲାର ହୋଇଥିବା ବେଳେ ବେଜିଂରେ ଥିବା ସମସ୍ତ ଅରବପତିଙ୍କ ସମ୍ପତ୍ତି ମିଶାଇଲେ ୨୬୫ ବିଲିୟନ୍ ଡଲାର ହେବ । ପୁଣି ମୁମ୍ବାଇରେ ଏହି ସମ୍ପତ୍ତି ୪୭ ପ୍ରତିଶତ ବଢ଼ିଥିବାବେଳେ ବେଜିଂରେ ୨୮ ପ୍ରତିଶତ ହାନୀ ହୋଇଛି । ସବୁଠାରୁ ଅଧିକ ସମ୍ପତ୍ତି ମୁମ୍ବାଇରେ ମୁକେଶ ଅମ୍ବାନୀଙ୍କ ପାଖରେ ରହିଥିବା ବେଳେ ଏବର୍ଷ ସବୁଠାରୁ ଅଧିକ ସମ୍ପତ୍ତି ସ୍ଥାବର ସମ୍ପତ୍ତି (ରିୟଲ ଇଷ୍ଟେଟ) ବ୍ୟବସାୟୀ ମଙ୍ଗଲ ପ୍ରଭାତ ଲୋଧା ଅଧିଗ୍ରହଣ କରିଛନ୍ତି । ତେବେ ବିଶ୍ୱସ୍ତରରେ ସବୁଠାରୁ ଅଧିକ ଧନୀ ତାଲିକାରେ ମୁକେଶ ଅମ୍ବାନୀ ୧୦ମ ସ୍ଥାନରେ ରହିଥିବାବେଳେ ଗୌତମ ଅଦାନୀ ୧୫ତମ ସ୍ଥାନରେ ରହିଛନ୍ତି । ଏଚ୍‌ସିଏଲ୍ ମୁଖ୍ୟ ଶିବନାଦର ଓ ତାଙ୍କ ପରିବାର ବିଶ୍ୱ ଧନୀ ତାଲିକାରେ ୧୬ ସ୍ଥାନ ଉନ୍ନିତ ହୋଇ ୩୪ରେ ପହଞ୍ଚିଛନ୍ତି । କିନ୍ତୁ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ମାଲିକ ସାଇରସ୍ ପୁନାୱାଲା ଙ୍କ ସମ୍ପତ୍ତିି ହ୍ରାସ ହୋଇଛି । ଏବେ ସେ ବିଶ୍ୱ ଧନୀ ତାଲିକାରେ ୯ ସ୍ଥାନ ତଳକୁ ଖସି ୫୫ରେ ପହଞ୍ଚିସାରିଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତିି ୮୨ ବିଲିୟନ ଡଲାର ବୋଲି ରିପୋର୍ଟରେ କୁହାଯାଇଛି ।

Advertisement

ତେବେ ଅନ୍ୟ ପ୍ରମୁଖ ଅରବପତିଙ୍କ ମଧ୍ୟରେ ରହିଛନ୍ତି, ସନ୍ ଫାର୍ମାସ୍ୟୁଟିକାଲ୍ ମାଲିକ ଦିଲ୍ଲୀପ ସରାଙ୍ଗଭି, କୁମାର ମଙ୍ଗଳମ ବିର୍ଲା, ରାଧାକୃଷ୍ଣ ଧମନୀ ପ୍ରମୁଖ ଉଲ୍ଳଖନୀୟ । ତେବେ ମୁମ୍ବାଇକୁ ପୁଣି ଥରେ ଏସିୟାରେ ୧ ନମ୍ବର ଓ ବିଶ୍ୱରେ ୩ ନମ୍ବର ସ୍ଥାନ ଦେଇଛନ୍ତି ଏହି ଅରବପତି । ଏହି ଅରବପତିମାନ୍‌ଙ୍‌କ କାରଣରୁ ମୁମ୍ବାଇ ଆଜି ଅରବପତିଙ୍କ ସହର ମାମଲାରେ ଚୀନକୁ ବି ପଛରେ ପକାଇ ଦେଇଛି ।

Leave a Reply

Your email address will not be published. Required fields are marked *