ଯୌତୁକ ପାଇଁ ଶାଶୁ ଘରେ ଦେଲେ ନିର୍ଯାତନା…..ବେକରେ ରଶି ଲଗାଇଦେଲା ବୋହୂ
1 min readବନ୍ତ ଟିଲୋ ପଞ୍ଚାୟତ କରଞ୍ଜପଡା ଗାଁରେ ଅଘଟଣ। ମଙ୍ଗଳବାର ଅପରାହ୍ନରେ ଶଶୁର ଘରେ ବେକରେ ରଶି ଲଗା ମୃତ ଦେହ ଠାବ କରିଥିଲା ପୋଲିସ । ମୃତକ ହେଲେ ଭଣ୍ଡାରିପୋଖରୀ ଥାନାଧିନ କୂଲଣା ଗ୍ରାମର ସଦାନନ୍ଦ ସେଠି ଙ୍କର ୨୧ ବର୍ଷୀୟ କନ୍ୟା ରଶ୍ମିତା ସେଠୀ |ରଶ୍ମିତାଙ୍କୁ ସଦାନନ୍ଦ ୨ ବର୍ଷ ପୂର୍ବେ ହିନ୍ଦୁ ରୀତିନୀତି ଅନୁସାରେ ବନ୍ତ ଟିଲୋ ଗ୍ରାମର ଖଗେଶ୍ୱର ସେଠିଙ୍କ ସହ ବିବାହ କରାଇଥିଲେ | ହେଲେ ଯୌତୁକ ଲୋଭରେ ଦେଉଥିଲେ ନିର୍ଯାତନା | ସହି ନ ପରି ଆତ୍ମହତ୍ୟା କରିଥିଲେ ମହିଳା ଜଣକ |
ତେବେ ବିବାହ ସମୟରେ ଯୌତୁକ ବାବଦକୁ ୧ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ସଦାନନ୍ଦ |ରଶ୍ମିତାଙ୍କର ୧0 ମାସର ଝିଅଟିଏ ଥିବା ବେଳେ ବାହାଘରର ୨ ମାସ ଭିତରେ ଆରମ୍ଭ ହୋଇଥିଲା ରଶ୍ମିତାଙ୍କ ଉପରେ ଯୌତୁକ ନିର୍ଯାତନା | ସ୍ୱାମୀ ଖଗେଶ୍ୱର ମଦ୍ୟପାନ କରି ରଶ୍ମିତାଙ୍କୁ ନିର୍ଯାତନା ଦେଉଥିଲେ ତେଣୁ ରଶ୍ମିତା ନିର୍ଯାତନା ସହି ନ ପାରି ମାତ୍ର ୨ ମାସ ଶାଶୁ ଘରେ ରହିଥିବା ବେଳେ ତତ ପରେ ବାପ ଘରେ ରହିଆସୁଥିଲେ |ରଶ୍ମିତାଙ୍କୁ ତାଙ୍କ ସ୍ୱାମି ଖଗେଶ୍ୱରଙ୍କ ସହ ତାଙ୍କ ଦିଅର, ଶାଶୁ, ଭିଣୋଇ ମଧ୍ୟ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇଆସୁଥିଲେ କିନ୍ତୁ ବୁଝାମଣା ହେବା ପରେ ରଶ୍ମିତା କିଛି ଦିନ ହେବ ଶାଶୁ ଘରକୁ ଫେରିଥିଲେ | ହଠାତ ମଙ୍ଗଳବାର ରଶ୍ମିତା ନିଜ ଭଉଣୀକୁ ଫୋନ କରିଥିଲେ ଆଉ ଶାଶୁ ଘର ଲୋକଙ୍କ ଅତ୍ୟାଚାର ବିଷୟରେ କହିଥିଲେ ତଥା ଆଉ ଅତ୍ୟାଚାର ସହିହେଉନି ମୋ ଝିଅ ତୋତେ ଲାଗିଲା ବୋଲି ରଶ୍ମିତା ତାଙ୍କ ଭଉଣୀକୁ କହିଥିଲେ ବୋଲି କହିଥିଲେ ରଶ୍ମିତାଙ୍କ ଭିଣୋଇ |
ତେବେ ବୁଧବାର ଅପରାହ୍ନରେ ରଶ୍ମିତାଙ୍କ ସ୍ୱାମୀ ଖଗେଶ୍ୱର ରଶ୍ମିତାଙ୍କ ଭାଇ କମଳାକାନ୍ତଙ୍କୁ ଫୋନ ଯୋଗେ କହିଥିଲେ କି ତମ ଭଉଣୀ ମୃତଦେହ ମେଡିକାଲରେ ଅଛି ତେଣୁ ତତକ୍ଷଣାତ କମଳା ଆସି ଦେଖନ୍ତି ରଶ୍ମିତାଙ୍କ ମୃତଦେହ ମେଡିକାଲରେ ଅଛି ତେଣୁ ନିର୍ଯାତନା ସହି ନ ପାରି ରଶ୍ମିତା ଏଭଳି କରିଛି ବୋଲି ଥାନାରେ ଲିଖିତ ଏତଲା ଦେଇଥିଲେ ରଶ୍ମିତାଙ୍କ ଭାଇ କମଳା କାନ୍ତ |ତେବେ ଯେଉଁମାନେ ଦୋଷ କରିଛନ୍ତି ସେମାନଙ୍କୁ ଉଚିତ ଶାସ୍ତି ଦେଲେ ଯାଇ ରଶ୍ମିତା ନ୍ୟାୟ ପାଇବ ବୋଲି କହିଛନ୍ତି ରଶ୍ମିତାଙ୍କ ପରିବାର ବର୍ଗ | ରଶ୍ମିତାଙ୍କ ପରିବାର ଲୋକେ ଏହାକୁ ହତ୍ଯା ଅଭିଯୋଗ ଆଣିବା ସହ ବନ୍ତ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟଵଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ସ୍ଵାମୀ ଓ ଦିଅରକୁ ବନ୍ତ ପୋଲିସ ଅଟକ ରଖିଥିବା ଜଣାପଡିଛି |