Pratidin TV

Odisha's Digital News Platform

ଷ୍ଟାଡିୟମରେ ବସି ଦର୍ଶକଙ୍କ ସାମ୍ନାରେ ସିଗାରଟ୍ ଟାଣିଲେ ଶାହରୁଖ୍ , ଭିଡିଓ ହେଲା ଭାଇରଲ ..

1 min read

ମ୍ୟାଚ ଭିତରେ ଷ୍ଟାଡିୟମରେ ଦର୍ଶକଙ୍କ ସମ୍ମୁଖରେ ସିଗାରେଟ୍ ଟାଣୁଛନ୍ତି ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଶାହରୁଖ ଖାନ୍ । ନିଜର ଫ୍ୟାନ୍ସ ମାନଙ୍କ ହୃଦୟରେ ସେ ସବୁବେଳେ ରାଜ୍ କରିଥାନ୍ତି । ସମସ୍ତେ ତାଙ୍କୁ ରିଏଲ ଲାଇଫ୍ ର ହିରୋ ଭାବନ୍ତି , ହେଲେ ଶାହରୁଖଙ୍କ ଏପରି କାମକୁ ଦେଖି ଫ୍ୟାନ୍ସ ମାନେ ଚକିତ ହୋଇଯାଇଛନ୍ତି । ବାସ୍ତବରେ କେକେଆର ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କିଙ୍ଗ ଖାନ ଖୋଲାଖୋଲି ସମସ୍ତଙ୍କ ସାମ୍ନାରେ ଧୂମପାନ କରିଥିବା ଦେଖିବାକୁ ମିଳୁଛି ।

ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡିଓ କୁ ଦେଖି ୟୁଜର୍ସମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କର ଏପରି କାମ ପାଇଁ ଅନେକ ୟୁଜର୍ସ କିଙ୍ଗଖାନଙ୍କୁ ସମାଲୋଚନା କରିଛନ୍ତି । ତେବେ ପାକିସ୍ତାନ ସୁପର ଲିଗ୍ (PSL) ଫାଇନାଲ୍ ସମୟରେ ଇମାଦ୍ ୱାସିମ୍ ଡ୍ରେସିଂ ରୁମ୍ ଭିତରେ ସିଗାରେଟ୍ ଟାଣୁଥିବା ପୂର୍ବରୁ ଦେଖିବାକୁ ମିଳିଥିଲା ।

Advertisement

Leave a Reply

Your email address will not be published. Required fields are marked *