Pratidin TV

Odisha's Digital News Platform

ଜେଲ୍ ଭିତରେ ଅସୁସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ..

1 min read

ଜେଲ୍ ଭିତରେ ଅସୁସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କ ସୁଗାର ଲେବଲ ଧୀରେ ଧୀରେ କମିବାରେ ଲାଗିଛି । ଏପଟେ ସୁଗାର ଲେବେଲ ଏତେ କମ୍ ହେବା ବିପଦ ବୋଲି ଡାକ୍ତର କହିଛନ୍ତି । ଏହାପୂର୍ବରୁ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଭିଡିଓ ଜାରୀ କରି କହିଥିଲେ ଯେ । ସେ ତାଙ୍କ ସ୍ୱାମୀକୁ ଭେଟିବାକୁ ଯାଇଥିଲେ । ତାଙ୍କର ଡାଇବେଟିସ୍ ଅଛି , ଏବେ ତାଙ୍କର ସୁଗାର ଲେବଲ୍ କମିବାରେ ଲାଗିଛି । ହେଲେ ତାଙ୍କର ନିଷ୍ଠା ଦୃଢ ଅଟେ । ସେ ଜଣେ ପ୍ରକୃତ ଦେଶପ୍ରେମୀ, ନିର୍ଭୀକ ଏବଂ ସାହସୀ ବ୍ୟକ୍ତି । ତାଙ୍କର ଦୀର୍ଘ ଜୀବନ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ । ଜେଲରେ ଥାଇ କେଜ୍ରିୱାଲ କହିଛନ୍ତି, ମୋ ଶରୀର ଜେଲରେ ଅଛି ।

ହେଲେ ମୋ ଆତ୍ମା ତୁମ ସମସ୍ତଙ୍କ ମଧ୍ୟରେ ଅଛି । ଆପଣ ମାନେ ଆଖି ବନ୍ଦ କର ମୋତେ ନିଜ ଚାରିପଟେ ଅନୁଭବ କରିବ । ଏହା ବ୍ୟତୀତ ସୁନୀତା କେଜ୍ରିୱାଲ ଆହୁରି କହିଛନ୍ତି, ଚଢାଉ ବେଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ କିଛି ଟଙ୍କାଟିଏ ବି ମିଳିନଥିଲା । ଆସନ୍ତା କାଲି ଅର୍ଥାତ ୨୮ ମାର୍ଚ୍ଚରେ କୋର୍ଟରେ କେଜ୍ରିୱାଲ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବଡ଼ ଖୁଲାସ କରିବେ । ଆମ୍ ଆଦମୀ ପାର୍ଟି (aap) ଜାତୀୟ ସଂଯୋଜକ କେଜ୍ରିୱାଲଙ୍କୁ ୨୧ ମାର୍ଚ୍ଚ ୨୦୨୪ରେ ଏକ୍ସାଇଜ୍ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଏଜେନ୍ସିର ହେପାଜତକୁ ପଠାଇଥିଲେ । ସୁନୀତା କେଜ୍ରିୱାଲ କହିଛନ୍ତି ଯେ, ତାଙ୍କ ସ୍ୱାମୀ ୨୮ ମାର୍ଚ୍ଚ ୨୦୨୪ରେ ଏହି ସ୍କାମରୁ ନେଇ ସମସ୍ତ ତଥ୍ୟ ଏବଂ ପ୍ରମାଣ ଉପସ୍ଥାପନା କରିବେ ।

Advertisement

Leave a Reply

Your email address will not be published. Required fields are marked *