Pratidin TV

Odisha's Digital News Platform

ପାଳନ ହେଉଥିଲା ହୋଲି ଉତ୍ସବ , ରାମ ମନ୍ଦିରରେ ଫୁଟିଲା ଗୁଳି ପିଏସସି କମାଣ୍ଡୋ ଗୁରୁତର …

1 min read

ଶେଷ ହୋଇଛି ରଙ୍ଗ ଭାଇଚାରାର ପର୍ବ ହୋଲି ଉତ୍ସବ । ଦୀର୍ଘ ୪୯୫ ବର୍ଷ ପରେ ରାମଲଲ୍ଲା ଖେଳିଛନ୍ତି ହୋଲି । ରାମଲଲ୍ଲାଙ୍କ ପାଇଁ ସ୍ୱତନ୍ତ୍ର ଅଭିର ପ୍ରସ୍ତୁତ ହୋଇଥିଲା । ଏହି ଅବସରରେ ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା । ଚାରିଆଡେ ଖୁସିର ମାହୋଲ ହେଲେ ଠିକ ସେହି ସମୟରେ ରାମମନ୍ଦିର ପରିସରରେ ଫୁଟିଥିଲା ଗୁଳି । ଯାହାପରେ ଭକ୍ତଙ୍କ ଭିତରେ ଖେଳିଯାଇଥିଲା କୋକୁଆ ଭୟ । ଏହି ଗୁଳିରେ ଡିୟୁଟିରେ ଥିବା ଜଣେ ପିଏସସି କମାଣ୍ଡୋ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ ହଠାତ ରାମମନ୍ଦିର ପରିସରରେ ଗୁଳିଫୁଟିବା ଶବ୍ଦ ଶୁଣି ପୁଲିସ ଓ ସୁରକ୍ଷାକର୍ମଚାରୀ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପହଞ୍ଚିବା ପରେ ସେମାନେ ୩୨ତମ ବାଟାଲିଆନର ପିଏସି କମାଣ୍ଡୋ ରାମପ୍ରସାଦଙ୍କ ଛାତିରେ ଗୁଳି ବାଜିଥିବା ଦେଖିବାକୁ ପାଇଥିଲେ। ଏସପି ପଙ୍କଜ ପାଣ୍ଡେ ତୁରନ୍ତ ରାମପ୍ରସାଦଙ୍କୁ ଶ୍ରୀରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରୁ ଡାକ୍ତର କମାଣ୍ଡୋଙ୍କୁ ଦର୍ଶନ ନଗର ମେଡିକାଲ କଲେଜକୁ ସ୍ଥାନାନ୍ତର କରିଦେଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଦେଖି ଡାକ୍ତର ଅଧିକ ଚିକିତ୍ସା ପାଇଁ ରାଜପ୍ରସାଦଙ୍କୁ ଲକ୍ଷ୍ମୌର ଟ୍ରାମା ସେଣ୍ଟରକୁ ପଠାଇ ଦେଇଥିଲେ। ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ କମାଣ୍ଡୋ ରାଜପ୍ରସାଦ ରାମମନ୍ଦିର ପରିସରରେ ଡିୟୁଟିରେ ଥିଲେ। ଏହି ସମୟରେ ସେ ତାଙ୍କର ଏକେ-୪୭ ରାଇଫଲ କୁ ସଫା କରୁଥିଲେ। ସଫା କରୁଥିବା ସମୟରେ ସାବଧାନତାବଶତଃ ଗୁଳି ଫୁଟି ଯାଇଥିଲା । ଯେଉଁ ଗୁଳି ତାଙ୍କ ଛାତିରେ ବାଜିଥିଲା ଓ ସେ ଗୁରୁତର ଆହତ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *