ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ଅବଧି
1 min readଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ପୂର୍ବରୁ ଯୁକ୍ତ ୨ନାମଲେଖା ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଯାଇଥିଲା । ଏବେ ବନ୍ୟାର ପ୍ରଭାବ ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନି । ଅନେକ ଅଞ୍ଚଳ ଏବେବି ପାଣି ଘେରରେ । ଏମିତିକି ଲୋକେ ଏଯାଏ ନିଜ ଘରକୁ ଫେରିପାରିନାହାନ୍ତି ,ବନ୍ୟାଜଳ ଘରୁ କମିନଥିବାରୁ କିଏ ଛାତଉପରେ ତ କିଏ ବନ୍ୟା ଆଶ୍ରୟ ସ୍ଥଳରେ ଅଟକି ରହିଛନ୍ତି । ଏହା ଆମ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅନେକ ପ୍ରଭାବ ପକାଇଛି । ଏନେଇ ଆଜି ରାଜ୍ୟ ସରକାର ଯୁକ୍ତ ୩ ର ନାମଲେଖା ଅବଧିକୁ ଘୁଞ୍ଚାଇ ଦେଇଛନ୍ତି ।
ନୂତନ କାର୍ଯ୍ୟସୂଚି ଅନୁଯାୟୀ ଅନଲାଇନ ସିଏଫ୍ ଆବେଦନର ଶେଷ ତାରିଖ ଅଗଷ୍ଟ ୨୫ ଥିବାବେଳେ, ଏହାକୁ ଘୁଞ୍ଚାଇ ସେପ୍ଟେମ୍ବର ୧ କରିଦିଆଯାଇଛି ।ସେହିଭଳି ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧ରୁ ୫ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ରୁ ୧୯ ତାରିଖ ଯାଏଁ ଚାଲିବ । ସେହିଭଳି ସ୍ପଟ ସିଲେକ୍ସନ ତାରିଖ ସେପ୍ଟେମ୍ବର ୧୯ ପରିବର୍ତ୍ତେ ୨୧ ରୁ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।