Pratidin TV

Odisha's Digital News Platform

ମ୍ୟାଚ୍ ହାରିବା ପରେ ରୋହିତଙ୍କ ସହ କଥା ହେଲେ ଆକାଶ, କ୍ୟାପଟେନ୍‌ଙ୍କ ଉପରେ ବୁଲିଲା ଖଣ୍ଡା !

1 min read

ରୋହିତଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ ର କ୍ୟାପିଟେନ୍ସି ସମ୍ଭାଳିବା ଏବେ ହାର୍ଦ୍ଦିକ ପାଣ୍ଡିଆନଙ୍କୁ ପଡିଛି ମହଙ୍ଗା | ଯେଉଁଥିପାଇଁ ଏବେ ପରାଜୟ ହେବା ପରେ କ୍ରିକେଟ ଉପରେ ପଡିଛି ଏହାର ଇଫେକ୍ଟ | ଭଡକୀଲେଣି ଫ୍ୟାନ୍ସ,, ଆଉ ତାତିଲେଣି କ୍ରିକେଟ ଲିଜେଣ୍ଡ | କାରଣ ଆରମ୍ଭରୁ ବିଜୟର ସ୍ୱାଦ ଚାଖିଥିବା MI ଏବେ ଆରମ୍ଭରୁ ହୋଇଛି ପରାସ୍ତ | ଏବେ ଆଗକୁ ନେଇ କ’ଣ ହେବ ତାକୁ ନେଇ ସଭିଏଁ ଚିନ୍ତାରେ | ଆଉ ଏହାର ଭିତରେ ସବୁଠୁ ବଡ ଖବର ଦେଖିବାକୁ ମିଳିଛି ଯେ ଏବେ ବିଦା ହେବେ ହାର୍ଦ୍ଦିକ | ଆଉ ପୁଣି ହାର୍ଦ୍ଦିକଙ୍କ ବଦଳରେ ମିଳିବ ରୋହିତଙ୍କୁ ଦାୟିତ୍ୱ |

ତେବେ ଗତ କାଲି ମ୍ୟାଚ ହାରିବା ପରେ ରୋହିତଙ୍କ ସହ କଥା ହୋଛନ୍ତି ଆକାଶ ଅମ୍ବାନୀ | ଯେଉଁଥିପାଇଁ ସୋସିଆଲ ମିଡିଆରେ ଅନେକ ସାରା ଆରମ୍ଭ ହୋଇସାରିଛି ଚର୍ଚ୍ଚା | କାରଣ ମୁମ୍ବାଇର ଏହା ଥିଲା ୨ୟ ପରାଜୟ | ଏହା ସହିତ ରୋହିତ ଏବଂ ଆକାଶଙ୍କ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି | ତେବେ ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜିନ୍ ପାଇଁ ଏକ ବଡ ନିଷ୍ପତି ନେଇଥିଲା | ଯେଉଁଥିରେ ସେ ରୋହିତଙ୍କୁ ଅଧିନାୟକ ପଦରୁ ହଟେଇ ହାର୍ଦ୍ଦିକକୁ ଦିଆଯାଇଥିଲା ଦାୟିତ୍ୱ | କିନ୍ତୁ ଗତ କାଲି ହାଇଦ୍ରାବାଦ ବିପକ୍ଷରେ ପାଣ୍ଡିଆଙ୍କ ଅଧିନାୟକତ୍ୱ ଅତ୍ୟନ୍ତ ଖରାପ ଥିଲା | ଅନେକ କ୍ରିକେଟର ମଧ୍ୟ ତାଙ୍କ ଅଧିନାୟକତ୍ୱ ଉପରେ ଉଠାଇଥିଲେ ପ୍ରଶ୍ନ |

Advertisement

ଅନ୍ୟପଟେ ବ୍ୟାଟିଂ କୋଚ କିରନ ପୋଲାର୍ଡ ମଧ୍ୟ ପରୋକ୍ଷରେ ସ୍ପଷ୍ଟ କରିଥିଲେ ଯେ ଏହା ହେଉଛି ହାର୍ଦ୍ଦିକଙ୍କ ଭୁଲ | ନିଜକୁ ଭାବୁଛନ୍ତି ସର୍ବେସର୍ବା | ଯେଉଁଥିପାଇଁ ମନୋମୁଖୀ କାର୍ଯ୍ୟ କରୁଛନ୍ତି |

Leave a Reply

Your email address will not be published. Required fields are marked *