Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ବଢ଼ିଲା ଶ୍ରମିକଙ୍କ ମଜୁରୀ…ହରିୟାଣାରେ ରହିଛି ସର୍ବାଧିକ

1 min read

ବଢ଼ିଲା ଶ୍ରମିକଙ୍କ ମଜୁରୀ | ନିର୍ବାଚନ ପୂର୍ବରୁ ବଢିଛି ମଜୁରୀ ଦର | MGNREGA ତଥା ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାରିଶ୍ରମିକ ଦର ବୃଦ୍ଧି ହୋଇଛି | ଏପରି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର | ଦେଶରେ MGNREGA ଯୋଜନାରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ବଢିବା ମଜୁରୀ | ଏନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ମଜୁରୀ ଅନୁସାରେ, ଶ୍ରମିକଙ୍କ ହାରାହାରି ଦୈନିକ ପାରିଶ୍ରମିକ ୨୮ ଟଙ୍କା ବୃଦ୍ଧି ହୋଇଛି।

ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ସର୍ବନିମ୍ନ ଦୈନିକ ମଜୁରୀ ୭ ଟଙ୍କା ବଢ଼ିଥିବା ବେଳେ ଗୋଆରେ ସର୍ବାଧିକ ୩୪ ଟଙ୍କା ବଢ଼ିଛି। ପାରିଶ୍ରମିକ ବୃଦ୍ଧି ପରେ ହରିଆଣାରେ MGNREGA ଯୋଜନାରେ କାମ କରୁଥିବା ଶ୍ରମିକଙ୍କ ଦୈନିକ ମଜୁରୀ ସର୍ବାଧିକ ୩୭୪ ଟଙ୍କା ହୋଇଥିବା ବେଳେ ଗୋଆରେ ୩୫୬, କେରଳରେ ୩୪୬ ଟଙ୍କା ହୋଇଛି।

Advertisement

ତେବେ ଓଡ଼ିଶାର ୧୭ ଟଙ୍କା ମଜୁରୀ ବଢିଛି | ଏବେ ଓଡିଶାରେ ମନରେଗା ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକ ଦୈନିକ ପାରିଶ୍ରମିକ ୨୫୪ ଟଙ୍କା ପାଇବେ। ପ୍ରକାଶ ଥାଉକି, ବଜେଟରେ କେନ୍ଦ୍ର ସରକାର MGNREGA ପାଇଁ ୮୬ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ।

Leave a Reply

Your email address will not be published. Required fields are marked *