Pratidin TV

Odisha's Digital News Platform

ଗାଁରେ ଛାପୁଥିଲେ ୫୦୦ ଟଙ୍କିଆ ନକଲି ନୋଟ , ପୋଲିସକୁ ଖବର ଦେଇଦେଲେ ସରପଞ୍ଚ ବାବୁ ।

1 min read

ବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଲକ୍ଷାଧିକ ନକଲି ନୋଟ ଜବତ ହୋଇଥିବାବେଳେ ଦୁଇଜଣ ଅଭିଯୁକ୍ତ କୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଗତ ୨୨ ତାରିଖରେ ଗ୍ରାମରେ ଭଗବାନଙ୍କ ନାମ ସଙ୍କିର୍ତନ ଚାଲିଥିବା ବେଳେ ୫୦୦ ଟଙ୍କିଆ ନକଲି ନୋଟ ଗୋଟିଏ ଦୋକାନ ରେ ଚଳପ୍ରଚଳ କରୁଥିବା ସମୟରେ ସ୍ଥାନୀୟ ସରପଞ୍ଚ ନୋଟ କୁ ଦେଖି ନକଲି ନୋଟ ହୋଇଥିବା ସନ୍ଦେହ କରି ପାଟଣାଗଡ଼ ପୋଲିସ କୁ ଖବର ଦେଇଥିଲେ , ପୋଲିସ ପହଞ୍ଚି ଭଇଁସା ଗ୍ରାମର ବରୁଣ ପାନୁଅନ ଘରେ ଚଢାଉ କରି ୨୭୪ ଟି ନକଲି ୫୦୦ ଟଙ୍କିଆ ନୋଟ , କମ୍ପ୍ୟୁଟର , ପ୍ରିଣ୍ଟର , ନକଲି ନୋଟ ପାଇ ବ୍ୟବହାର କରୁଥିବା ପେପର ଓ ବ୍ୟବହୃତ ସାହି ଜବତ କରି ପାଟଣାଗଡ଼ ଥାନାକୁ ଆଣିଥିଲେ ।

Advertisement

ଘଟଣାର ଅଧିକ ତଦନ୍ତ କରିବା ପରେ ଦେଓଗାଁ ଥାନା ବୁଡାବାହଲ ଗ୍ରାମର ରୋହିତ ବସ୍ତିଆ ନକଲି ନୋଟ ରେକେଟ ରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ଉକ୍ତ ଘଟଣାରେ ଦୁଇଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ କେଉଁ କେଉଁ ଲୋକ ସମ୍ପୃକ୍ତ ଅଛନ୍ତି ଆହୁରି ତଦନ୍ତ କରୁଥିବା ପାଟଣାଗଡ଼ ଏସଡ଼ିପିଓ ସଦାନନ୍ଦ ପୁଝାରୀ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶକରିଛନ୍ତି ।

Leave a Reply

Your email address will not be published. Required fields are marked *