Pratidin TV

Odisha's Digital News Platform

ବାପା ପାନ ଦୋକାନୀ , ହେଲେ ପୁଅ ହେଲା କ୍ରିକେଟର ..

1 min read

ବାପା ହେଉଛନ୍ତି ପାନ ଦୋକାନୀ ହେଲେ ଆଇପିଏଲରେ ପୁଅ ଦେଖାଉଛି କମାଲ । ଦିନେ କ୍ରିକେଟ ଖେଳିବାକୁ ଅଟକାଉଥିଲେ ମାଆ । ହେଲେ ଆଜି ପୁଅ ପାଇଁ ଗର୍ବ କରୁଛନ୍ତି ମାଆ ବାପା । କଥାରେ ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିଥାଏ ସବୁ କିଛି । ଆଉ ସେହି କଥା କୁ ସତ କରିଦେଇଛି ଏ ପାନ ଦୋକାନୀର ପୁ୍‌ଅ । ବାପା ପାନ ଦୋକାନୀ ହେଲେ ପୁଅ ଆଜି ମ୍ୟାଚ ୱିନର । ଗରିବ ଘରୁ ଆଜି ସାଜିଛନ୍ତି ଭାରତୀୟ ଦଳର ଷ୍ଟାର ବ୍ୟାଟର । ଇଏ ଆଉ କେହି ନୁହେଁ ଇଏ ହେଉଛନ୍ତି ଆବେସ ଖାନ । ଚଲିତ ଆଇପିଏଲ ୨୦୨୪ର ନବମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆବେଶ ଖାନ । ହେଲେ ତାଙ୍କର କ୍ରିକେଟର ହେବାର ଯାତ୍ରା ଏତେ ସହଜ ନଥିଲା । କ୍ରିକେଟ ଖେଳିବା ପାଇଁ ସେ ଅନେକ ପରିସ୍ଥିତିର ସାମ୍ନା କରିବାକୁ ପଡିଛି ।


ଆବେଶ ଡିସେମ୍ବର ୧୩, ୧୯୯୬ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ଗରିବ ପରିବାର ର ଅଟନ୍ତି । ତାଙ୍କ ବାପା ଆଶିକ ଖାନଙ୍କର ଗୋଟିଏ ପାନ ଦୋକାନଟିଏ ଥିଲା । ପାନ ଦୋକାନୀର ପୁଅଙ୍କ ପାଇଁ ଏତେ ଉଚ୍ଚ ସ୍ତରରେ କ୍ରିକେଟ ଖେଳିବା ଆଦୌ ସହଜ ନଥିଲା । ହେଲେ ତାଙ୍କ ବାପା କହିଛନ୍ତି ଆବେଶ କେବଳ କ୍ରିକେଟ ଖେଳିବାକୁ ଜିଦ ଧରିଥିଲେ । ସେ କହିଥିଲେ ଯେ ଆଭେଶ ଦିନକୁ ୯ଘଣ୍ଟା ଅଭ୍ୟାସ କରୁଥିଲେ । ଆଉ ତାଙ୍କର ସେହି ଇଚ୍ଛାଶକ୍ତି ଓ ଚେଷ୍ଟା ବଳରେ ଆବେସ ୨୦୧୭ ସିଜନରେ ପ୍ରଥମେ ଆଇପିଏଲ ଡେବ୍ୟୁ କରିଥିଲେ । ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ପ୍ରଥମେ ଆଇପିଏଲରେ ଖେଳିଥିଲେ । ଏହା ପରେ ଆବେଶ ୨୦୧୮ରେ ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ କରିଥିଲେ । ଆବେଶଙ୍କ ନିରନ୍ତର କଠିନ ପରିଶ୍ରମ ମଧ୍ୟ ତାଙ୍କ ପାଇଁ ଟିମ ଇଣ୍ଡିଆର ଦ୍ୱାର ଖୋଲିଛି । ସେ ଫେବୃଆରୀ ୨୦୨୨ରେ ଟି-୨୦ ମାଧ୍ୟମରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ହେଲେ ଦିନେ ଆବେଶଙ୍କ ମାଆ ତାଙ୍କୁ କ୍ରିକେଟ ନଖେଳିବାକୁ କହୁଥିଲେ । ହେଲେ ଆଜି ପୁଅ ଉଚ୍ଚ ସ୍ତରର କ୍ରିକେଟ ଖେଳାଳି ପାଲଟି ଯାଇଛି । ଯାହାକୁ ଦେଖି ବାପା ମାଆଙ୍କର ପାଦ ତଳେ ଲାଗୁ ନାହିଁ ।

Advertisement

Leave a Reply

Your email address will not be published. Required fields are marked *