Pratidin TV

Odisha's Digital News Platform

ନିର୍ବାଚନ ମଇଦାନରେ କଙ୍ଗନା , ଏମିତି କହି ମାଣ୍ଡିରୁ ଆରମ୍ଭ କଲେ ପ୍ରଚାର ..

1 min read

ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ । ଭାରତୀୟ ଜନତା ପାର୍ଟି ତାଙ୍କୁ ମାଣ୍ଡିରୁ ପ୍ରାର୍ଥୀ କରିଛି । ବିଜେପିରୁ ଟିକେଟ ପାଇବା ପରେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଙ୍ଗନା ରାଣାୱତ । ଅଭିନେତ୍ରୀ ପ୍ରଚାର ପାଇଁ ମାଣ୍ଡିରେ ପହଞ୍ଚିଛନ୍ତି । ସେଠାରେ ସେ ଏକ ରୋଡ୍ ସୋ କରିଥିଲେ , ଏବଂ ସେହି ପ୍ରଚାର ସମୟରେ ଅଭିନେତ୍ରୀ କହିଛନ୍ତି । ତାଙ୍କୁ କୌଣସି ହିରୋଇନ୍ କିମ୍ବା ଷ୍ଟାର ବୋଲି ଭାବନ୍ତୁନାହିଁ । କଙ୍ଗନା ତୁମର ଝିଅ , ତୁମ ଭଉଣୀ ତୁମ ନିଜର ସମ୍ପର୍କୀୟ ମାନଙ୍କ ପରି । ଆପଣମାନେ ହେଉଛନ୍ତି ମୋ ପରିବାର ।

ଅଭିନେତ୍ରୀଙ୍କ ରୋଡ ସୋ’ରେ ହଜାର ହଜାର ଲୋକ ଯୋଗ ଦେଇଥିବା ବେଳେ ଜୟ ଶ୍ରୀରାମ ସ୍ଲୋଗାନ୍ ଦେଇ ପ୍ରଚାର ଆରମ୍ଭ କରିଥିଲେ କଙ୍ଗନା । ନିର୍ବାଚନ ଜିତିଲେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କଙ୍ଗନା କହିଥିଲେ ।

Advertisement

ତେବେ ବିଜେପିରୁ ଟିକେଟ ମିଲିବା ପରେ କଙ୍ଗନା , ନରେନ୍ଦ୍ର ମୋଦୀ , ଅମିତ୍ ଶାହା ଏବଂ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏବଂ କହିଥିଲେ ମୋ ମାଟି ମୋତେ ଡାକିଛି ଆଜି ମୋ ମାଟି ମାଆ ର ସେବା କରିବାର ସୁଯୋଗ ପାଇଛି । ଏଥିପାଇଁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *