Pratidin TV

Odisha's Digital News Platform

ସମ୍ବଲପୁରରେ ଲଢ଼ୁଆ ପୁଅ ବବି ପୂରଣ କରିବେ ଅଧୁରା ସ୍ବପ୍ନ ।

ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ବବି ଦାସ ଙ୍କ ନାମ ଘୋଷଣା ହେବା ପରେ ଆଜି ସେ ପ୍ରଥମ ଥର ସମ୍ବଲପୁର ଗସ୍ତରେ ଯାଇଥିଲେ । ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ୩୦ ମିନିଟ ସମୟରେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବି ମା ସମଲେଶ୍ୱରୀ ମନ୍ଦିର କୁ ପହଞ୍ଚି ମା ଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଆଜି ବବି ସମଲେଶ୍ୱରୀ ମନ୍ଦିର ପହଞ୍ଚିବା ସମୟରେ ତାଙ୍କୁ ଜିଲ୍ଲା ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ବିଜେଡି ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମ ଆଗରେ ନିଜର ପତିକ୍ରିୟା ରଖି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜେଡି ର ଗୋଟିଏ ମାତ୍ର ଏଜେଣ୍ଡା, ତାହା ହେଉଛି ବିକଶିତ ଓଡିଶା । ଏହି ବିକଶିତ ଓଡ଼ିଶାର ପ୍ରକ୍ରିୟା ସମ୍ବଲପୁର ଲୋକସଭାରୁ ଆରମ୍ଭ ହେବ । ସମ୍ବଲପୁର ବାସୀ ମତେ ଭଲ ପାଇବା ଦେଇଥିବାରୁ ମୁଁ ତାଙ୍କ ପାଦତଳେ ଶହ ଶହ ନମନ କରୁଛି ।

ଲୋକଙ୍କ ଏହିଭଳି ଭଲ ପାଇବା ଦେଖି କି ମୁଁ ନିଜ ଘରେ ଛିଡା ହୋଇଛି ଭଳି ଲାଗୁଛି । ମୋ ଆଖିରୁ ଲୁହ ଓ ମୋର ହୃଦୟରୁ କୋହ ବାହାରି ଆସୁଛି । ଏଥିପାଇଁ ସମ୍ବଲପୁର ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଏମିତି ଭଲ ପାଇବା ମିଳିବ ବୋଲି ମୁଁ କେବେ ଭାବି ନଥିଲି । ମୋର ବାପା ଏଠି ପାଠ ପଢୁଥିଲେ । ମୋର ପିଉସୀ ଏଠି ରହୁଥିଲେ । ସମ୍ବଲପୁର ସହିତ ମୋର ପରିବାର ର ୬୦/୭୦ ବର୍ଷର ସମ୍ପର୍କ ରହିଛି । ମୁଖ୍ୟମନ୍ତ୍ରୀ ମତେ ସମ୍ବଲପୁର ଲୋକସଭା ପ୍ରାର୍ଥୀ କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସମ୍ବଲପୁର ଆହୁରି ବିକାଶ ଓ ରୂପାନ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ମତେ ଏଠାରୁ ଛିଡା କରିଛନ୍ତି । ଆମର ଜନତା ଏବଂ ଲୋକଙ୍କ ସହ କାମ, ଜନତା ନିଷ୍ପତି ନେବେ ସେ କାହାକୁ ବିଜୟୀ କରିବେ ।

ଜନତା ମୁଖ୍ୟମନ୍ତ୍ରୀ ଙ୍କ ସହ ପାଞ୍ଚ ପାଞ୍ଚ ଥର ଛିଡା ହୋଇଛନ୍ତି ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଜନତା ଙ୍କ ସୁଖ ଦୁଃଖ ରେ ଭାଗୀଦାରି ହୋଇଛନ୍ତି । ସେଥିପାଇଁ ଆମେ ଆମର ସମ୍ମୁଖରେ କିଏ ଛିଡା ହୋଇଛି ତାହା ଦେଖୁନାହୁଁ । ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଯାହା ନିଷ୍ପତି ନେଇଛନ୍ତି ସେଥିରେ ସମ୍ବଲପୁର ବାସୀ ସବୁ ବେଳେ ସମର୍ଥନ ଦେଇଆସିଛନ୍ତି । ବବିଙ୍କ ଏହି ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି କର୍ମୀ ଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲିକ୍ଷିତ ହେଉଥିବା ବେଳେ ସମ୍ବଲପୁର ର ୭ ଟି ବିଧାନସଭା ସହ ଲୋକସଭା ସିଟ ଲକ୍ଷାଧିକ ଭୋଟରେ ବିଜେଡି ଜିତିବ ବୋଲି କର୍ମୀ ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *