Pratidin TV

Odisha's Digital News Platform

ପାଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଲା ଭାରତରତ୍ନ , ରାଷ୍ଟ୍ରପତି ଭବନରେ ସମ୍ମାନିତ କଲେ ରାଷ୍ଟ୍ରପତି ..

1 min read

ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ୪ ଜଣ ବ୍ୟକ୍ତିତ୍ୱ । ଚଳିତ ବର୍ଷ ପାଇଁ ମନୋନୀତ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।ରାଷ୍ଟ୍ରପତି ଭବନରେ ଭାରତ ରତ୍ନ ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି ।

ଭାରତ ରତ୍ନରେ ସମ୍ମାନିତ ହୋଇଥିବା ୪ ଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଚୌଧୁରୀ ଚରଣ ସିଂ, ସବୁଜ ବିପ୍ଳବର ଜନକ ଏମ୍ ଏସ. ସ୍ୱାମୀନାଥନ, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ଭାରତ ରତ୍ନରେ ଆଜି ସମ୍ମାନିତ କରାଯାଇଛି । ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ଆସନ୍ତାକାଲି ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । ଏନେଇ ପୂର୍ବରୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisement

ନିଜ ଏକ୍ସ ହ୍ୟାଣ୍ଡଲରେ ଏନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ । ଭାରତ ରତ୍ନ ପୁରସ୍କାରକୁ ଚୌଧୁରୀ ଚରଣ ସିଂଙ୍କ ନାତି ଜୟନ୍ତ ସିଂ, ନରସିଂହ ରାଓଙ୍କ ପୁଅ ପି.ଭି ପ୍ରଭାକର ରାଓ, କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଏବଂ ଏମଏସ୍ ସ୍ୱାମୀନାଥନଙ୍କ ଝିଅ ନିତ୍ୟା ରାଓ ରାଷ୍ଟ୍ରୀୟ ଭବନରେ ଆୟୋଜିତ ଏକ ଉତ୍ସବରେ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *