Pratidin TV

Odisha's Digital News Platform

ରତ୍ନ ପଥର ଖୋଜିବା ବେଳେ ପଥରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ ..

1 min read

ମହାନଦୀ ଭିତରେ ପଶି ଖୋଜୁଥିଲେ ରତ୍ନପଥର । ହେଲେ ପଥର ସନ୍ଧିରେ ଚାପିହୋଇ ଚାଲିଗଲା ଜୀବନ । ଏପରି ଏକ ହୃଦବିଦାରକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ସୂଚନାନୁଯାୟୀ ଶ୍ରମିକଙ୍କୁ ଲଗାଇ ବୌଦ୍ଧ ମହାନଦୀ ଭିତରୁ ବେଆଇନ ଭାବେ ଚୋରାରେ ରତ୍ନ ପଥର ଖନନ ଚାଲିଥିଲା । ହେଲେ ଦୁର୍ଭାଗ୍ୟବସତଃ ସେହି ସମୟରେ ଏକ ବଡ ପଥର ଶ୍ରମିକଙ୍କ ଉପରେ ମାଡି ଆସିଥିଲା । ତେବେ ସେହି ସମୟରେ ୧୦ରୁ ୧୨ଜଣ ଶ୍ରମିକ କାମ ବନ୍ଦ କରି ଖାଇବାକୁ ଯାଇଥିଲେ ଏବଂ ଜଣେ ମାତ୍ର ଶ୍ରମିକ କାମରେ ଲାଗିଥିବା ବେଳେ ପଥର ସନ୍ଧିରେ ଚାପି ହୋଇଯାଇଥିଲେ ।

ପରେ ଶ୍ରମିକ ମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସଫଳ ନହେବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଦୀର୍ଘ ୬ ଘଣ୍ଟାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ରାତି ୧୦ଟାରେ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ ।ତେବେ ଏତେବଡ଼ ବିଶାଳକାୟ ପଥରକୁ ହଟାଇବାକୁ ଅସଫଳ ହେବାରୁ ବାଧ୍ୟହୋଇ ଶେଷରେ ରେସକ୍ୟୁ ଅପରେସନ କୁ ବନ୍ଦକରି ଫେରିଥିଲା ଅଗ୍ନିଶମ ବାହିନୀ । ଫଳରେ ଆଜି ସକାଳେ ଫସିଥିବା ଶ୍ରମିକଙ୍କ ଜୀବନ ଚାଲିଯାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement

ତେବେ ଆଇନ ଆଖିରେ ଧୂଳିଦେଇ ଶ୍ରମିକଙ୍କ ଦ୍ୱାରା ମହନଦୀରୁ ଦୁର୍ମୂଲ୍ୟ ରତ୍ନପଥର ଉତ୍ତୋଳନ କରି ନିଜର କଳା ବ୍ୟବସାୟ ଚଳାଇଥିବା ମାଫିଆଙ୍କ ନାଁ ଓ ଅସଲ ଗୁମର ପଦାରେ ପଡିଯିବ ଏହି ଭୟରେ ଏହାକୁ ଗୋପନ ରଖାଯାଇଥିଲା । ଏହି ଘଟଣା ପରେ ଶ୍ରମିକଙ୍କୁ ନେଇ କଳା କାରବାର କରୁଥିବା ଚୋରା ବ୍ୟବସାୟୀଙ୍କ କାରନାମା ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *