Pratidin TV

Odisha's Digital News Platform

ଏହି କାରଣ ପାଇଁ ମୁଖତାର ଅନସାରିଙ୍କ ଶେଷକୃତ୍ୟରେ ସାମିଲ ହେଲେନି ସ୍ତ୍ରୀ -ପୁଅ ..

1 min read

ସରିଲା ଗ୍ୟାଙ୍ଗଷ୍ଟାର ରାଜନେତା ପାଲଟିଥିବା ମୁଖତାରୀ ଅନସାରିଙ୍କ ଶେଷକୃତ୍ୟ । ଉତ୍ତରପ୍ରଦେଶର ଗାଜିପୁର କବ୍ରିସ୍ତାରେ ତାଙ୍କୁ କବର ଦିଆଯାଇଛି । ଏହି ସମୟରେ ତାଙ୍କ ଶେଷ ଦର୍ଶନ ପାଇଁ ପରିବାର ସମ୍ପର୍କୀୟ ଏବଂ ବହୁ ସଂଖ୍ୟାର ସମର୍ଥକ ଉପସ୍ଥିତ ଥିଲେ । ତାଙ୍କର ପରିବାରର ସଦସ୍ୟ ମାନେ ତାଙ୍କ କବରରେ ମାଟି ପକାଇବାକୁ ଅନୁମତି ମିଳିଥିଲା । ହେଲେ ତାଙ୍କ ଅନ୍ତିମ ସଂସ୍କାର ରେ ସାମିଲ ହୋଇନାହାନ୍ତି ପତ୍ନୀ । ଶେଷ ଥର ପାଇଁ ବି ସ୍ୱାମୀଙ୍କ ମୁହଁ ଦେଖିନଥିଲେ । ଅନସାରିଙ୍କ ଅନ୍ତିମ ସଂସ୍କାର ରେ ବହୁ ସଂଖ୍ୟର ସମର୍ଥକ ଯୋଗଦେଇ ଏକାଡି ଜିନ୍ଦାବାଦ ନାରା ଦେଇଥିଲେ । ହେଲେ ଏହି ଅନ୍ତିମ ସଂସ୍କାରରେ ପତ୍ନୀ ଏବଂ ପୁଅ ଅବ୍ୱାସଙ୍କ ଛଡା ପରିବାରର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।

ଆଜି ସକାଳ ୯.୩୦ ମିନିଟ୍ ରେ ଗ୍ୟଙ୍ଗଷ୍ଟାର ମୁଖତାର ଅନସାରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ହଜାର ହଜାର ସମର୍ଥକ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ତାଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଘରଠାରୁ ୨୦୦ ମିଟର ଦୂରରେ ଥିବା ପ୍ରିନ୍ସ ହଲ୍ ପଡିଆରେ ଅନ୍ତିମ ନମାଜ ପାଠ କରାଯାଇଥିଲା । ହେଲେ ଅନସାରିଙ୍କୁ ଶେଷଥର ପାଇଁ ଦେଖି ପାରିନଥିଲେ ସ୍ତ୍ରୀ ଓ ପୁଅ । କାରଣ ମୁଖତାର ପତ୍ନୀ ଅଫଶା ଅନସାରୀ ମଧ୍ୟ ଅତିକଙ୍କ ପତ୍ନୀ ଶାହିସ୍ତାଙ୍କ ପରି ପ୍ରାୟ ତିନି ବର୍ଷ ହେବ ଫେରାର ରହିଛନ୍ତି । ତାଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି । ତାଙ୍କୁ ଗିରଫ କରିବା ପାଇଁ ଗାଜିପୁର ପୋଲିସ ୫୦ ହଜାର ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି । ଇଡି ମଧ୍ୟ ଅଫଶା ଅନସାରୀଙ୍କୁ ଖୋଜୁଛି । ବାରମ୍ବାର ନୋଟିସ ପରେ ମଧ୍ୟ ସେ ପୋଲିସ ନିକଟରେ ହାଜର ହୋଇନାହାନ୍ତି । ତା ସାହିଲ ମୁଖତାରଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଆଫଶା ଅନସାରୀ ଉପରେ ପୋଲିସ ନଜର ରଖିଥିଲା । ଏଥିସହିତ ମୁଖତାରଙ୍କ ପୁଅ ଅବ୍ୱାସ ଅନସାରୀ କାସଗଞ୍ଜ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ଏହି କାରଣ ପାଇଁ ଦୁହେଁ ମୁଖତାର ଅନସାରୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିଲେ ନାହିଁ ।

Advertisement

Leave a Reply

Your email address will not be published. Required fields are marked *